ଓଡିଶା ବିଜ୍ଞାନ ମଣ୍ଡଳର ରାଜ୍ୟସ୍ତରୀୟ ବିଜ୍ଞାନ ଶିବିର ଓ ପୁରସ୍କାର ପର୍ବ
ଭୁବନେଶ୍ୱର,୧୮/୧୨:ଓଡିଶା ବିଜ୍ଞାନ ମଣ୍ଡଳ ଆନୁକୂଲ୍ୟରେ ଦୀର୍ଘ ଆଠମାସ ବ୍ୟାପୀ ଚାଲିଥିବା ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୩ର ସମାରୋପ କାର୍ଯ୍ୟକ୍ରମ ଡିସେମ୍ବର ୧୭ ତାରିଖ ଦିନ ୟୁନିଟ-୮ରେ ଅବସ୍ଥିତ ଡିଏଭି ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଏକ ଦିବସ ବ୍ୟାପୀ ବିଜ୍ଞାନ ଶିବିର ଅନୁଷ୍ଟିତ ହେବା ସହିତ ବିଭିନ୍ନ ପୁରସ୍କାର ବିତରଣ ପରେ ଆନୁଷ୍ଠାନିକ ଭାବେ ସମାପ୍ତ ହୋଇଛି ।
ସକାଳ ୮ ଘଟିକା ସମୟରେ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସାରା ଓଡିଶାରୁ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ୟୁନିଟ-୮ ସ୍ଥିତ ଡିଏଭି ସ୍କୁଲରେ ପହଁଚି ପଂଜିକରଣ କରିଥିଲେ । ପରେପରେ ସକାଳ ୯ ଘଟିକା ସମୟରେ ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନୀ ସଭା ଓଡିଶାର ବିଜ୍ଞାନ ମଣ୍ଡଳ ସଭାପତି ପ୍ରଫେସର ଚିତରଂଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଡିଏଭି ସ୍କୁଲର ଅଧ୍ୟକ୍ଷା ଡଃ ଇପସିତା ଦାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବରେ ଇନସାର ଡାଇରେକ୍ଟର ଡଃ ବ୍ରିଜେଶ ପାଣ୍ଡେ ଏବଂ ବିଦ୍ୟାର୍ଥୀ ମନ୍ଥନର ସର୍ବ ଭାରତୀୟ ଶିକ୍ଷଣ ପ୍ରମୁଖ ଡଃ ନିରୁ ଭଗତ ସ୍ୱଦେଶୀ ବିଜ୍ଞାନ ଓ ପ୍ରଗତିଶୀଳ ବିଜ୍ଞାନିକ ବିଷୟରେ ନିଜର କଥା ରଖିଥିଲେ । ଓଡିଶା ବିଜ୍ଞାନ ମଣ୍ଡଳର ସଂଗଠନ ସଂପାଦକ ଅରୁଣ କୁମାର ସାହୁ ସଂଗଠନ ବିଷୟରେ କଥା ରଖିଥିଲେ । ଏଥି ସହିତ ମଣ୍ଡଳର ରାଜ୍ୟ ପରୀକ୍ଷା ପ୍ରମୁଖ ଡଃ ଦିବ୍ୟ କିଶୋର ପଣ୍ଡା ପରୀକ୍ଷାର ବିଧି ବିଧାନ ବିଷୟରେ କଥା ରଖିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ସହିତ ବିଜ୍ଞାନର ବିଭିନ୍ନ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସମାରୋପ କାର୍ଯ୍ୟକ୍ରମ ପ୍ରଫେସର ଚିତରଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସିବିଏସ୍ଇର ଆଂଚଳିକ ମୁଖ୍ୟ ଡଃ କେ ଶ୍ରୀନିବାସନ ଯୋଗଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଥମ ୬ ଜଣଙ୍କୁ ପାଂଚ ହଜାର ଲେଖାଏଁ ଅର୍ଥ ରାଶୀ ପ୍ରଦାନ କରିବା ସହିତ ଦ୍ୱିତୀୟ ହୋଇଥିବା ୬ଜଣଙ୍କୁ ୩ ହଜାର ଏବଂ ତୃତୀୟ ହୋଇଥିବା ୬ ଜଣଙ୍କୁ ଦୁଇ ହଜାର ଲେଖାଏଁ ଅର୍ଥରାଶୀ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳର ଉପସଭାପତି ଡଃ ଗୌରାଙ୍ଗ କୁମାର ମହାନ୍ତି ଏବଂ ଇଂ ସତ୍ୟାନନ୍ଦ ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ । ସଭାପତିଙ୍କ ଦ୍ୱାରା ଅନୁଷ୍ଠାନର ସଭାପତି ପ୍ରଫେସର ଚିତରଂଜନ ତ୍ରିପାଠୀଙ୍କ ଦ୍ୱାରା ଡଃ ଇପସିତା ଦାଶ, ଡଃ ଶ୍ରୀନିବାସନ, ଡଃ ବ୍ରିଜେଶ ପାଣ୍ଡେ, ଡଃ ନିରୂ ଭଗତ, ଡଃ ରାଜନ କୁମାର ଦାଶ, ଡଃ ଦିବ୍ୟ ଲୋଚନ ପଣ୍ଡା ଓ ଶ୍ରୀ ଲିଙ୍ଗରାଜ ପ୍ରଧାନଙ୍କୁ ସାଲ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଣ୍ଡଳର ସଂପାଦକ ଡଃ ବିକାଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ସମାରୋପ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସଂଜୟ ପଟ୍ଟନାୟକ, ଶ୍ରୀ ମନୋରଂଜନ ମହାନ୍ତି, ଶ୍ରୀ ସୌଭାଗ୍ୟ ସ୍ୱାଇଁ , ରୂପାଲି ମହାନ୍ତି, ସୂଚନ୍ଦା ସ୍ୱାଇଁ, ସସ୍ମତି ମିଶ୍ର, ସ୍ମୃତି ପୁରୋହିତ, ବିଶ୍ୱଜିତ ନାୟକ, ତପନ ପିଙ୍ଗ୍,ଅମିତ ସ୍ୱାଇଁ, ଗଣେଶ୍ୱର ପାଢୀ ଏବଂ ରାକେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments
Post a Comment