ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ବୈଠକ

 
ଜୟପୁର - ଅଖିଳ ଭାରତୀୟ ଅଧିବକ୍ତା ପରିଷଦର କୋରାପୁଟ ଜିଲ୍ଲା ଶାଖା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟପୁର ଯାଦବ ଭବନ ପରିସରରେ ଆୟୋଜିତ ଏହି ବୈଠକ ଭାରତୀୟ ସମ୍ବିଧାନ ଦିବସ ଉପରେ ଆଲୋଚନା ନେଇ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ, ମୁଖ୍ୟ ବକ୍ତା ରୂପେ ପରିଷଦର ରାଜ୍ୟ ସମ୍ପାଦକ ନୃପେନ୍ଦ୍ର ବାଘ, ସମ୍ମାନିତ ଅତିଥି ରୂପେ ଶରତ ଆଚାର୍ଯ୍ୟ ଏବଂ ଦେବେନ୍ଦ୍ର ବାହିନୀପତି ଯୋଗ ଦେଇଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲା ଶାଖା କର୍ମକର୍ତା ଘୋଷଣା କରାଯାଇଥିଲା । ଏଥିରେ ସଭାପତି ଭାବେ ମିନ କେତନ ପରିଛା, ଉପ ସଭାପତି ସୁଦର୍ଶନ ମାଝୀ, ସମ୍ପାଦକ ସନ୍ଦୀପ ସାଇ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, କୋଷାଧ୍ୟକ୍ଷ ନିରଜ ନାୟକ, ସଭ୍ୟ ରମେଶ ନାୟକଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ଉପଦେଷ୍ଟା ଗିରିଧାରୀ ଖରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments