ପାଣ୍ଡିଆନ୍ଙ୍କ ପ୍ରତ୍ୟାବର୍ତ୍ତନ ପରେ ଗଙ୍ଗା ଜଳ ସିଞ୍ଚିଲେ ସେବାୟତ
ଭଦ୍ରକ- ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଥିଲେ । ପୂର୍ବାହ୍ନ ୧୦.୩୦ ମିନିଟରେ ଆରଡ଼ି ନଦୀ ଘାଟ ଠାରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ମନ୍ଦିର ଯାଇ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ମନ୍ଦିର ପଛପଟ ବାଇପାସ ରୋଡ ନିକଟରେ ନିର୍ମିତ ହୋଇଥିବା ସଭାସ୍ଥଳକୁ ଯାଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଯାଜପୁର ବିଧାୟକ ତଥା ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ବହୁ ନେତା ଓ ସଂଗଠକ ଉପସ୍ଥିତ ଥିଲେ । ପରେ ସେଠାରୁ ଶ୍ରୀ ପଣ୍ଡିଆନ ଅସୁରାଳି ଅଭିମୁଖେ ଯାତ୍ରା କରିଥିଲେ । ପଣ୍ଡିଆନଙ୍କ ପ୍ରସ୍ଥାନ ପରେ ମନ୍ଦିର ପ୍ରବେଶକୁ ବିରୋଧ କରି ବିଜେପି ପକ୍ଷରୁ ଗଙ୍ଗାଜଳ ଓ ଗୋବର ପାଣି ସିଞ୍ଚନ କରାଯାଇ ମନ୍ଦିରକୁ ଶୁଦ୍ଧ କରାଯାଇଥିଲା । ବିଜେପିର ବରିଷ୍ଠ ନେତା ଜୀବନାନନ୍ଦ ପାଢ଼ୀ, ସ୍ୱଦେଶ ପଣ୍ଡା, ଦେବଦତ୍ତ ପାଢ଼ୀ ପ୍ରମୁଖ ଏହି ଶୁଦ୍ଧ କରଣରେ ସାମିଲ ସହ ପଣ୍ଡିଆନ ହାୟ ହାୟ ଧ୍ୱନି ଦେଇଥିଲେ । ଏଥିରେ ବିଜେପିର ବହୁ କର୍ମୀ ଓ ସଂଗଠକ ଯୋଗ ଦେଇଥିଲେ
17-12-2023
ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କଟିଥିବା ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶପଥ ନେବା ପରେ ରାଜ୍ୟ ସରକାର ଆକ୍ସନ ମୋଡରେ ନଜର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟର ନେତୃତ୍ୱ ସମ୍ଭାଳିବା ପରେ ବୁଲଡୋଜର ବୁଲିବା ଆରମ୍ଭ ହୋଇଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କାଟିଥିବା ଅଭିଯୁକ୍ତ ଫାରୁଖ ରାଇନ ଓରଫ ମିତ୍ରୀର ଘରେ ବୁଲଡୋଜର ଚାଲିଛି । ଖବର ଅନୁସାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କାଟିଥିବା ଅଭିଯୁକ୍ତ ଫାରୁଖର ଘରେ ବୁଲଡୋଜର ଚଲାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିଲା । ଅଭିଯୁକ୍ତର ଘର ଭୋପାଳର ୧୧ ନମ୍ୱର ଜନତା କଲୋନୀରେ ଥିବା ବେଳେ ଏଠି ପ୍ରଶାସନର ବୁଲଡୋଜର ବୁଲିଛି । ଅଭିଯୋଗଅନୁସାରେ ଫାରୁଖ ବିଜେପି କର୍ମୀ ଦେବେନ୍ଦ୍ର ଠାକୁରଙ୍କ ହାତ କାଟି ଅଲଗା କରି ଦେଇଥିଲା । ଏହି ମାମଲାରେ ଭୋପାଳ ଜିଲ୍ଲାପାଳ ଏନଏସଏ ଲାଗୁ କରିଛନ୍ତି ।ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ ଅଭିଯୁକ୍ତ ଫାରୁଖ ବିଜେପି କର୍ମୀ ଦେବେନ୍ଦ୍ର ଠାକୁରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦେବେନ୍ଦ୍ରର ହାତ କଟି ଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ ମଧ୍ୟ ଆହତ କର୍ମୀଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲେ । ପୋଲିସ ସୂଚନା ଅନୁସାରେ ଫାରୁଖ ବିରୋଧରେ ପୂର୍ବରୁ ବି ଅନେକ ଅପରାଧିକ ମାମଲା ରହିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ଫାରୁଖ ସମେତ ଅସଲମ, ଶାହରୁଖ, ବିଲାଲ ଓ ସମୀରକୁ ଗିରଫ କରାଯାଇଛି ।
ଆମର ଲିଭେଇଲ, ତାଙ୍କର ବି ଲିଭାଅ’
12-12-2023
ଭୁବନେଶ୍ୱର : ସହରର ବିଭିନ୍ନ କାନ୍ଥରେ ଲେଖା ଯାଇଥିଲା ‘ଆଉଥରେ ଅପରାଜିତା’ । ସହର ଅସୁନ୍ଦର ହେଉଛି କହି ବିଏମ୍?ସି ଏ ସବୁକୁ ଲିଭାଇ କାନ୍ଥ ପରିଷ୍କାର କଲା । ସହରର ବିଭିନ୍ନ ମୁଖ୍ୟ ସ୍ଥାନ ଓ କାନ୍ଥରେ ‘ଆମ ଚି଼ହ୍ନ ଶଙ୍ଖ, ବିକାଶ ଚି଼ହ୍ନ ଶଙ୍ଖ’ ଲେଖାଯାଇଛି । ଗୋଟିଏ ହେଲେ ଜାଗାରୁ ଏହି ଲେଖା ଲିଭା ଯାଉନାହିଁ । ବିଏମ୍ସି ସରକାରୀ ଅନୁଷ୍ଠାନ ନା ବିଜେଡିର ଠିକାଦାର? ଯଦି ଆମର ଲିଭାଇଲ, ତେବେ ତାଙ୍କର ବି ଲିଭାଅ । ନ ହେଲେ ଯେଉଁ ସଫେଇ କର୍ମଚାରୀଙ୍କୁ ଲଗାଇ ଶୁଭେଚ୍ଛୁ ଲେଖିଥିବା କାନ୍ଥ ଲେଖା ଲିଭାଇଥିଲ, ଆମେ ସେଇ କର୍ମଚାରୀଙ୍କୁ ନେଇ ‘ଆମ ଚି଼ହ୍ନ ଶଙ୍ଖ, ବିକାଶ ଚି଼ହ୍ନ ଶଙ୍ଖ’ ଲିଭାଇବୁ । ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଫେସ୍ବୁକ୍ ପେଜ୍ରେ ଥିବା ଏହି ଲେଖାକୁ ନେଇ ତନାଘନା ହୋଇଛି । ବିଏମ୍ସି ଅଡ଼ୁଆରେ ପଡ଼ିଯାଇଛି । ବିଏମ୍ସି ଅପରାଜିତାଙ୍କ ଲେଖା ଲିଭାଇବା ବେଳେ ତାଙ୍କ ସମର୍ଥକମାନେ କୌଣସି ଆପତ୍ତି କରିନଥିଲେ । ବିଏମ୍ସି ସଫେଇ କର୍ମଚାରୀଙ୍କୁ ଲଗାଇ ଏହି ଲେଖା ସବୁ ଲିଭାଇଥିଲା । ଏବେ ସରକାରୀ ଦଳର ଲେଖାକୁ କିପରି ଲିଭାଇବେ, ସେ ନେଇ ବିଏମ୍ସି ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି । ଯଦି ବିଏମ୍ସି ନ ଲିଭାଏ, ତେବେ ସାଂସଦଙ୍କ ସମର୍ଥକମାନେ ଏହାକୁ ଲିଭାଇପାରନ୍ତି । ଏପରି ହେଲେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଆଶଙ୍କା ରହିଛି । ଯେଉଁ ଆଧାରରେ ବିଏମ୍ସି ସାଂସଦଙ୍କ ଲେଖା ଲିଭାଇଛି, ସେହି ଆଧାରରେ ବିଜେଡିର ଲେଖା ଲିଭାଇବା ନିୟମ କହୁଛି । ପୁଣି କାନ୍ଥରେ ପୋଷ୍ଟର ଲଗାଇଲେ ବା ଲେଖାଲେଖି କଲେ ବିଏମ୍ସି ଜରିମାନା ସହ ଥାନାରେ ଏତଲା ଦେଉଛି । ଏଭଳି ଶହେରୁ ଊର୍ଦ୍ଧ୍ୱ ଏତଲା ଦିଆସରିଛି । ସାଂସଦଙ୍କର ଚେତାବନୀ ପରେ ବିଏମ୍ସି ନିଜ ନିୟମରେ ନିଜେ ଫସିଯାଇଛି । ଅଧିକାରୀମାନେ ଦ୍ୱନ୍ଦ୍ୱରେ ଥିଲା ବେଳେ ସାଂସଦ କିନ୍ତୁ ଆକ୍ସନ ମୋଡ୍ରେ ଅଛନ୍ତି ।
Comments
Post a Comment