4-1-25
ଦାବି ଜଣାଇଲା ଉଜ୍ଜଳା ଦିଦି ସଂଘ
‘କାମ, ପାରିଶ୍ରମିକ, ସାମାଜିକ ସୁରକ୍ଷା ଦିଅ’
ଭୁବନେଶ୍ଵର, ୩।୧(ନି.ପ୍ର): ବର୍ଷ ବର୍ଷ ଧରି ଉଜ୍ୱଳା ଦିଦିଙ୍କୁ ସରକାର ଉପେକ୍ଷା କରିଆସୁଛନ୍ତି। ପୂର୍ବରୁ ରାଜ୍ୟପାଳ ତଥା ପ୍ରତି ଜିଲା ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ସମସ୍ୟା ବିଷୟରେ ଅବଗତ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ଉଜ୍ଜଳା ଦିଦି ସଂଘର ଶତାଧ୍ଵକ ସଦସ୍ୟା । ଦିଦିଙ୍କୁ କାମ ଯୋଗାଇବା ସହିତ ଉଚିତ୍ ପାରିଶ୍ରମିକ, ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ସଂଘ। ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ଶତାଧିକ ସଦସ୍ୟ କଂଗ୍ରେସ ଭବନ ନିକଟରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋବାଇଲ ଓ ପ୍ରଶିକ୍ଷଣ ନେଇ ତୃଣମୂଳସ୍ତରରେ ଉଜ୍ଜ୍ବଳା ଯୋଜନାକୁ ପହଞ୍ଚାଇଥିଲେ ଏହି କର୍ମଚାରୀ । ଫଳରେ ସରକାରଙ୍କ ଯୋଜନା ସଫଳ ହୋଇଥିଲା | ଶୁଭାରମ୍ଭ ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ସରକାର ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି।
ଉପଦେଷ୍ଟା ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ସଂଘର ରାଜ୍ୟ ସଭାନେତ୍ରୀ ବୀଣାପାଣି ବେହେରା, ସାଧାରଣ ସମ୍ପାଦିକା ଲିପିକା ପ୍ରଧାନ, ଉପ ସଭାପତି ଗାୟତ୍ରୀ ପାଠୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।
19-12-24-ସମାଜ
ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନ
ବୋଲଗଡ, ୧୮ ।୧୨(ସି.ପ୍ର): ଭାରତୀୟ ମଜଦୁର ସଂଘର ୭୦ତମ ସ୍ଥାପନା ବର୍ଷ ଅବସରରେ ଶ୍ରମିକ ଓ ଜନସମ୍ପର୍କ ଅଭିଯାନ ବୁଧବାର ଟିକାତାଳ ଠାରେ ଆୟୋଜିତ ହୋଇଛି। ଖୋର୍ଦ୍ଧା ଜିଲା ସମ୍ପାଦକ ଅକ୍ଷୟକୁମାର ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅଭିଯାନରେ ରାଜ୍ୟ ସଂଗଠନ କାର୍ଯ୍ୟକାରୀ ସଭାନେତ୍ରୀ ବନିତାଞ୍ଜଳି ଦାସ ମୁଖ୍ୟଅତିଥ୍,
ମୟୁରଭଞ୍ଜ ଜିଲା ସଂଗଠକ ନି ଗମାନନ୍ଦ ପଟ୍ଟନାୟକ ମୁଖ୍ୟବକ୍ତା
, ବୋଲଗଡ ମଣ୍ଡଳ ସଂଗଠନ
ମୁଖ୍ୟ ଗଙ୍ଗାଧର ଦାଶ, ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଚିନ୍ମୟ ପଣ୍ଡା, ବେଗୁନିଆ ପଞ୍ଚାୟତ ସଭାନେତ୍ରୀ ଦମୟନ୍ତୀ ଜେନା ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ଭାରତୀୟ ମଜଦୁର ସଂଘ ସଫଳତାର ଗାଥା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ
ପଞ୍ଚାୟତ ସମିତି ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ମେରିଆ ବେଗମ୍, କୋଷାଧ୍ୟକ୍ଷା ରେଣୁବାଳା ଦେଈ, କର୍ମୀ ସମସଦ ବେଗମ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଭାରତୀୟ ମଜଦୁର ସଂଘ ପାଇଁ ବୋଲଗଡ ଓ ବେଗୁନିଆ ପଞ୍ଚାୟତ ସମିତି ପାଇଁ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ଶିବ କୁମାର ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।
17-12-24
भारतीय मजदूर संघ से जुड़े ऑल ओडिशा आंगनवाड़ी महिला कर्मचारी संघ का विरोध प्रदर्शन
भुवनेश्वर, 16/12 - भारतीय मजदूर संघ से जुड़ी ऑल ओडिशा आंगनवाड़ी लेडीज वर्कर्स एसोसिएशन ने सोमवार को विरोध प्रदर्शन किया। 30,000 से अधिक महिला आंगनवाड़ी कार्यकर्ताओं और एसोसिएशन के समर्थकों ने लोअर पीएमजी में अपनी आवाज उठाई। आंगनवाड़ी कर्मी एवं सहायिकाओं को सरकारी कर्मचारी का दर्जा एवं स्थायी रोजगार देने तथा चुनावी संकल्प पत्र के अनुरूप आंगनवाड़ी कर्मी एवं सहायिकाओं का वेतन बढ़ाने की मांग की गयी है.
संघ की अध्यक्ष सुमिता महापात्रा के नेतृत्व में राजमहल स्ट्रीट से एक विशाल रैली निकाली गयी. जिसके चलते लोअर पीएमजी में विरोध सभा हुई। यहां संघ के वरिष्ठ कार्यकर्ता आंगनबाडी सेविका सहायिकाओं की विभिन्न मांगों को लेकर बोल रहे थे. विशेष रूप से, संघ ने उन पांच कर्मचारियों को फिर से रोजगार देने की मांग की, जिन्हें पिछली सरकार ने आक्रामक तरीके से छह साल के लिए बर्खास्त कर दिया था। इसी तरह जब तक आधिकारिक दर्जा नहीं मिल जाता तब तक हम कार्यकर्ताओं को 26 हजार और सहायिकाओं को 13 हजार रुपये देंगे. इसमें वरिष्ठता के अनुसार मासिक वेतन के साथ वेतन वृद्धि व टीए व डीए देने, एसएनपी का मेन्यू बदलने व एसएनपी व टीएचआर का मूल्य बढ़ाने व वैकल्पिक व्यवस्था करने की मांग की गयी.
इसके अलावा पर्यवेक्षकों की पदोन्नति में आयु सीमा हटाना 2021 से बंद, आंगवानवाड़ी.
यूनियन ने कर्मियों को 100 फीसदी प्रमोशन देने, कर्मियों व सहायिकाओं के लिए ग्रेच्युटी-पेंशन लागू करने और सेवानिवृत्ति भत्ता बढ़ाकर 5 लाख रुपये करने की मांग की. इसी तरह हजारों वर्करों और हेल्परों ने राज्य सरकार से काम के दौरान मरने वाले वर्करों और हेल्परों के परिवार में से एक को नौकरी पर रखने और बीमा के लिए 5 लाख रुपये देने की मांग की।
विरोध सभा में भारतीय मजदूर संघ के प्रदेश महासचिव पृथ्वीराज पांडा, भारतीय संपादक अंजलि पटेल, प्रदेश प्रदेश कार्यकारिणी सदस्य श्रीनिवास राव, प्रदेश संघ सचिव लक्ष्मण दास, प्रदेश उपाध्यक्ष योगेश्वर दास, उपाध्यक्ष डॉक्टर महंत, प्रदेश सचिव सत्यब्रत परीजा, वरिष्ठ कार्यकर्ता प्रमुख कार्यकर्ताओं एवं सहायिकाओं की विभिन्न समस्याओं के बारे में विवेकानन्द महंत, क्षेत्र संघचालक गिरीश चन्द्र महंत रैली को संबोधित किया.
विरोध सभा का संचालन एसोसिएशन की महासचिव कुंजलता दास ने किया. कार्यकारी अध्यक्ष बनितांजलि दास, उपाध्यक्ष उषा दास, जयंती जेना, किशोरी पांडा, ज़जरलता पांडा, उप महासंपादक विमला लाकड़ा, संपादक गीतांजलि पुजारी, अंजलि नाइक, पुष्पांजलि दास, सुजाता डोरा, कोसाधाक्षा धनाकिनी प्रधान, भारतीय श्रम के केंद्रीय संपादक डिम दत्त संघ के प्रदेश एवं जिला नेता उपस्थित थे।
ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ
॥ ଭୁବନେଶ୍ୱର, ତା ୧୬୧୨ - ଭାରତୀୟ ମଜଦୂର ସଂଘ ସଂଲଗ୍ନ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ୍ ଆସୋସିଏସନ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସଙ୍ଗଠନର ୩୦ ହଜାରରୁ ଊର୍ଦ୍ଧ୍ବ ମହିଳା ଅଙ୍ଗନୱାଡୀ କର୍ମୀ ଓ ସହାୟିକା ଲୋୟର ପିଏମଜିରେ ସ୍ବର ଉତ୍ତୋଳନ କରିଥିଲେ। ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି ସହ ସ୍ଥାୟୀ ନିଯୁକ୍ତି ଓ ନିର୍ବାଚନ ସଂକଳ୍ପପତ୍ର ଅନୁଯାୟୀ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବେତନ ବଢ଼ାଇବାକୁ ଦାବି କରିଛନ୍ତି।
ସଂଘର ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ନେତୃତ୍ବରେ ରାଜମହଲ ଛକରୁ ଏକ ବିଶାଳ ରାଲି ବାହାରିଥିଲା । ଯାହାକି ଲୋୟର ପିଏମଜି ସ୍ଥିତ ପ୍ରତିବାଦ ସଭା ଯାଏଁ ଆସିଥିଲା। ଏଠାରେ ସଂଘର ବରିଷ୍ଠ କର୍ମକର୍ତ୍ତା ଅଙ୍ଗନୱାଡୀ କର୍ମୀ ସହାୟକମାନଙ୍କ ଲାଗି ଥିବା ବିଭିନ୍ନ ଦାବି ନେଇ ଉଦବୋଧନ ରଖୁଥିଲେ। ବିଶେଷ ଭାବରେ ପୂର୍ବ ସରକାରଙ୍କ ଦ୍ବାରା ଦୀର୍ଘ ୬ ବର୍ଷ ହେବ ହବ ଆକ୍ରୋଶ ମୂଳକ ଭାବେ ବହିଷ୍କୃତ ହୋଇଥିବା ୫ ଜଣ କର୍ମୀଙ୍କ ପୁନଃ ନିଯୁକ୍ତିକୁ ସଂଘ ଦାବି ଜୋର ଧରିଥିଲା। ସେହିପରି ଯେପର୍ଯ୍ୟନ୍ତ ସରକାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ ସେପର୍ଯ୍ୟନ୍ତ କର୍ମୀଙ୍କୁ ୨୬ ହଜାର ଓ ସହାୟିକାଙ୍କୁ ୧୩ ହଜାର ଟଙ୍କା ଜୀବିକା ମଜୁରୀ ପ୍ରଦାନ କରିବା। ସିନିଅରିଟି ଅନୁଯାୟୀ ମାସିକ ପାରିଶ୍ରମିକ ସହ ଇନକ୍ରିମେଣ୍ଟ ତଥା ଟିଏ ଓ ଡିଏ ପ୍ରଦାନ କରିବା, ଏସଏନପିର ମେନୁ ପରିବର୍ତ୍ତନ କରିବା ସହ ଏସଏନପି ଓ ଟିଏଚଆର ମୂଲ୍ୟ ବୃଦ୍ଧି କରିବା ତଥା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରାଯାଇଥିଲା।
ଏହାଛଡ଼ା ୨୦୨୧ରୁ ବନ୍ଦ ହୋଇଥିବା ସୁପରଭାଇଜର ପଦୋନ୍ନତିରେ ବୟସସୀମା ବାଦ ଦେବା, ଅଙ୍ଗନୱାଡ଼ି
କର୍ମୀଙ୍କୁ ଶତପ୍ରତିଶତ ପଦୋନ୍ନତି ଦେବା, କର୍ମୀ ଓ ସହାୟିକାଙ୍କ ଗ୍ଲାଚୁଇଟି-ପେନସନ ଲାଗୁ କରିବା ସହିତ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସଂଘ ଦାବି କରିଥିଲା। ସେହିପରି କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରୁଥିବା କର୍ମୀ ଓ ସହାୟିକାଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦିଆଯିବା ସହ ଇନ୍ଗୁରାନ୍ସ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ହଜାର ହଜାର ସଂଖ୍ୟାରେ ଆସିଥିବା କର୍ମୀ ଓ ସହାୟିକା ରାଜ୍ୟ ସରକାରଙ୍କୁ ଦାବି ଜଣାଇଥିଲେ।
ପ୍ରତିବାଦ ସଭାରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା, ଭାରତୀୟ ସମ୍ପାଦିକା ଅଞ୍ଜଳି ପଟେଲ, ରାଜ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରାଓ, ରାଜ୍ୟ ସଙ୍ଗଠନ ସମ୍ପାଦକ ଲକ୍ଷ୍ମଣ ଦାସ, ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ଉପ ସଭାପତି ଡାକ୍ତର ମହନ୍ତ, ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଜା, ବରିଷ୍ଠ କାର୍ଯ୍ୟକର୍ତ୍ତା ବିବେକାନନ୍ଦ ମହନ୍ତ, କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହନ୍ତ ପ୍ରମୁଖ କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ବିଷୟରେ ପ୍ରତିବାଦ ସଭାରେ ଉଦବୋଧନ ଦେଇଥିଲେ।
ଆସୋସିଏସନର ସାଧାରଣ ସମ୍ପାଦିଳା କୁଞ୍ଜଲତା ଦାସ ପ୍ରତିବାଦ ସଭା ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାନେତ୍ରୀ ବନୀତାଞ୍ଜଳୀ ଦାସ, ଉପ ସଭାନେତ୍ରୀ ଉଷା ଦାସ, ଜୟନ୍ତୀ ଜେନା, କିଶୋରୀ ପଣ୍ଡା, ସ୍ବର୍ଣ୍ଣଲତା ପଣ୍ଡା, ଉପ ସାଧାରଣ ସମ୍ପାଦିକା ବିମଳା ଲାକ୍ରା, ସମ୍ପାଦିକା ଗୀତାଞ୍ଜଳି ପୂଜାରୀ, ଅଞ୍ଜଳି ନାୟକ, ପୁଷ୍ପାଞ୍ଜଳି ଦାସ, ସୁଜାତା ଦୋରା, କୋଷାଧକ୍ଷା ମନ୍ଦାକିନୀ ପ୍ରଧାନ, ସଙ୍ଗଠନ ସମ୍ପାଦିକା ପ୍ରତିମା ଦତ୍ତଙ୍କ ସମେତ ଭାରତୀୟ ମଜଦୁର ସଂଘର ରାଜ୍ୟ ତଥା ଜିଲ୍ଲା ନେତୃମଣ୍ଡଳୀ ପ୍ରମୁଖ ଉପ ଉପସ୍ଥିତ ଥିଲେ।
13-12-24
पचिका मजदूर यूनियन का मुख्यमंत्री को मांग पत्र
क्योंझरसदर, 12/12: अल ओडिशा मजदूर महा संघ और बीएमएस कोषाध्यक्ष उमा कांत दास के नेतृत्व में, पचिका सहायिका मजदूर संघ ने 9 विभिन्न मांगों के साथ जिलापाल के माध्यम से मुख्यमंत्री को एक मांग पत्र सौंपा है। सरकारी कर्मचारी रैंक, मासिक वेतन 28 हजार, ईएसआई के साथ सामाजिक सुरक्षा, ईपीएफ लागू, मृत्यु अनुदान राशि 10 लाख, सेवानिवृत्ति के बाद 5 हजार रुपये भत्ता, खाना पकाने के लिए रसोई गैस की आपूर्ति, वेटरों के लिए ड्रेस कोड, रसोई सुरक्षा जैकेट, एकमुश्त सेवानिवृत्ति पर 5 लाख रुपये भुगतान का दावा पचिका समर्थकों ने किया. संघ की जिला अध्यक्ष आरती पाही, संपादक कांतिता परवेरी, बीएमएस कार्यकर्ता रवीन्द्र कुमार जेना, खगेश्वर मोहंती, सलमा माझी, दमाम परिदा, गुरबारी साहू, लावण्या साहू, नयन राउत, कनक लता पाले, मंजुलता माझी, अनिता मुदुली, डुनाकिनी पांडे ने प्रमुख रूप से प्रस्तुति दी मांग. अन्य लोगों में मजदूर महासंघ के कोषाध्यक्ष लक्ष्मण महाकुड़, पचिका मजदूर संगम के संयोजक बसंती साहू सहित जिले के सभी कार्यकर्ता और 13 ब्लॉक के समर्थक शामिल थे।ମୁଖ୍ୟମନ୍ତ୍ରୀଙ୍କୁ ପାଚିକା ସହାୟିକା ମଜଦୁର ସଂଘର ଦାବିପତ୍ର
କେନ୍ଦୁଝରସଦର,୧୨/୧୨: ଅଲ ଓଡିଶା ମଜଦୂର ମହାସଂଘ କାର୍ଯ୍ୟକାରୀ ସଭାପତି ତଥା ବିଶ୍ଵକର୍ମା ମଜଦୁର ସଂଘ ବିଏମଏସ୍ କୋଷାଧ୍ୟକ୍ଷ ଉମାକାନ୍ତ ଦାସଙ୍କ ନେତୃତ୍ୱରେ ପାଚିକା ସହାୟୀକା ମଜଦୂର ସଂଘ ପକ୍ଷରୁ ବିଭିନ୍ନ ୯ ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରୀ କର୍ମଚାରୀ ମାନ୍ୟତା, ମାସିକ ବେତନ ୨୮ହଜାର, ସାମଜିକ ସୁରକ୍ଷା ସହିତ ଇଏସଆଇ, ଇପିଏଫ୍ ଲାଗୁ, ମୃତ୍ୟୁକାଳୀନ ସହାୟତା ରାଶି ୧୦ଲକ୍ଷ, ଅବସର ପରେ ୫ହଜାର ଟଙ୍କା ଭତ୍ତା, ରୋଷେଇ କାର୍ଯ୍ୟରେ ରନ୍ଧନ ଗ୍ୟାସ ଯୋଗାଣ, ପାଚିକାଙ୍କୁ ଡ୍ରେସ କୋର୍ଡ ଲାଗୁ, ରୋଷେଇ ସୁରକ୍ଷା ଜାକେଟ, ଅବସର ସମୟରେ ଏକ କାଳୀନ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପାଚିକା ସହାୟୀକାମାନେ ଦାବି କରିଛନ୍ତି। ସଂଘର ଜିଲା ସଭାନେତ୍ରୀ ଆରତୀ ପହୀ, ସମ୍ପାଦିକା ସଂଯୁକ୍ତା ପୃଷ୍ଟି, ବିଏମଏସ୍ର କାର୍ଯ୍ୟକର୍ତ୍ତା ରବୀନ୍ଦ୍ର କୁମାର ଜେନା, ଖଗେଶ୍ବର ମହାନ୍ତି, ସାଲମା ମାଝୀ, ପ୍ରତିମା ପରିଡା, ଗୁରୁବାରୀ ସାହୁ, ଲବନ୍ୟ ସାହୁ, ନୟନ ରାଉତ, କନକ ଲତା ପଲେଇ, ମଞ୍ଜୁଲତା ମାଝୀ, ଅନିତା ମୁଦୁଲି, ମନ୍ଦାକିନୀ ପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଜଦୂର ମହାସଂଘର କୋଷାଧ୍ୟକ୍ଷ ଲକ୍ଷ୍ମଣ ମହାକୁଡ, ପାଚିକା ମଜଦୂର ସଂଘ ସଂମ୍ପାଦିକା ବାସନ୍ତୀ ସାହୁ ସମେତ ଜିଲାର ସମସ୍ତ କାର୍ଯ୍ୟକର୍ତ୍ତା ୧୩ଗୋଟି ବ୍ଲକର ସହାୟିକାମାନେ ସାମିଲଥିଲେ।И
PACHIKA SAHAIKA MAZODOR SANGHA KEONJHAR DOLLA
Regd. UBHUBANESWA
24-7-24
17-7-24
जिला श्रम अधिकारी को भारतीय मजदूर संघ का मांग पत्र
https://www.facebook.com/
12-7-24
6-7-24
କେନ୍ଦୁଝରରେ ହେବ ଭାରତୀୟ ମଜଦୁର ସଂଘର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ
କେନ୍ଦୁଝର, ଭାରତୀୟ ମଜଦୁର ସଂଘ ର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ ଚଳିତ ବର୍ଷ ଶିଳ୍ପ ସମୃଦ୍ଧ ଜିଲ୍ଲା କେନ୍ଦୁଝରରେ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରମିକ ମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଓ ସମାଜରେ ଶ୍ରମିକ ସ୍ୱାଭିମାନ ସହିତ ମୁଣ୍ଡଟେକି ବଂଚିବାର ପାଇଁ ଭାରତୀୟ ମଜଦୁର ସଂଘ କାର୍ଯ୍ୟକରି ଆସୁଛି । ଯାହା କିଛି ଶ୍ରମିକ ମାନଙ୍କୁ ମିଳିଛି ତାହା ନିରବଛିନ୍ନ ଭାବେ ଆନ୍ଦୋଳନ ଓ ଜାଗରଣ କାରଣରୁ ସମ୍ଭବ ହୋଇଥିବା କହିଛି ଭାରତୀୟ ମଜଦୁର ସଂଘ । ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ୱାସନୀୟ ହୋଇଥିବା ବେଳେ ରାଜ୍ୟ ସରକାର ଶ୍ରମିକ ମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଶ୍ରମିକ ମାନଙ୍କୁ ପ୍ରତ୍ୟକ ପରିସ୍ଥିତିରେ ଉପେକ୍ଷା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛି ଭାରତୀୟ ମଜଦୁର ସଂଘର । ରାଜ୍ୟରେ ସରକାର ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ନକରି ପ୍ରତ୍ୟେକ କ୍ଷେତ୍ରରେ ଠିକା କର୍ମଚାରୀ ଓ ସ୍କିମ ୱାର୍କର ନିୟୋଜନ କରି ଶ୍ରମିକ ଶୋଷଣ ବୃଦ୍ଧି ସହିତ ଠିକା ସଂସ୍ଥା ମାନଙ୍କୁ କୋଟିପତି କରିବାରେ ଲାଗିଛନ୍ତି । ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସ୍କିମ ୱାର୍କର ମାନକୁବ୍ୟବହାର କରୁଛନ୍ତି ଅଥଚ ବେତନ ଓ ସୁବିଧା କଥା ଉଠିଲେ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଛନ୍ତି । କେନ୍ଦୁଝର ଜିଲ୍ଲାରେ ଅନେକ ଖଣି ଖଦାନ ଥିବା ସତ୍ତ୍ୱେ ଖଣି ବିସ୍ଥାପିତ ଜମିହରା ପ୍ରଜା ସମସ୍ତ ସାମ୍ବିଧାନିକ ଅଧିକାର ରୁ ବଂଚିତ ହେଉଛନ୍ତି । ଜାଣି ଶୁଣି ସ୍ଥାନୀୟ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିରୁ ବଂଚିତ କରା ଯାଉଛି, ଫଳତଃ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ରୋଜଗାର ନିମିତ୍ତ ଯିବା ପାଇଁ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି । ଖଣିଜ ସମ୍ପଦ ଓ ପ୍ରାଚୁର୍ଯରେ ଭରା ରାଜ୍ୟରେ ଭିଭିଭୂମି ବିକାଶ ଅଭାବ କାରଣରୁ ନାଗରିକ ମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଅତ୍ୟନ୍ତ ଲଜ୍ଜା ଜନକ ବିଷୟ ହୋଇଛି କହିଛନ୍ତି ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ । ଓଡିଶା ସରକାର ଏକ ପ୍ରକାର ଶ୍ରମିକ ବିରୋଧୀ ପୁଞ୍ଜିପତି ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରମିକ ଛଟେଇ ଓ ଆଂଚଳିକ ଲୋକଙ୍କୁ ରୋଜଗାର ପ୍ରଦାନ କ୍ଷେତ୍ରରେ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କ ହାତବାରିଶି ସାଜିଛନ୍ତି । ଭାରତୀୟ ମଜଦୁର ସଂଘ ସରକାରଙ୍କ ଏତାଦୃଶ୍ୟ ଶ୍ରମିକସମାଜ ବିରୋଧୀ ମନୋଭାବ କୁ ନିନ୍ଦା କରୁଛି । ଭାରତୀୟ ମଜଦୁର ସଂଘ କେନ୍ଦୁଝର ମଧ୍ୟମରେ ଆଗାମୀ ଆନ୍ଦୋଳନ ର ରଣନୀତି ଓ ଶ୍ରମିକ ମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନେକ ପ୍ରସ୍ତାବ ଏହି ଅଧିବେଶନ ରେ ଆଗତ କରିବାକୁ ସ୍ଥିର କରାଯାଇଥିବା କହିଛନ୍ତି ବିନୟ କୁମାର ତ୍ରିପାଠୀ । ସଂଗଠନ ର ଜିଲ୍ଲା ସଭାପତି ନିହାରରଞ୍ଜନ ମିଶ୍ର ଅତିଥି ପରିଚୟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ମଜଦୁର ସଂଘ ର ରାଷ୍ଟ୍ରୀୟ ସଭାପତି ହିରଣ୍ମୟ ପାଣ୍ଡା,କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରଶ ଚନ୍ଦ୍ର ମହାନ୍ତ, ରାଜ୍ୟ ସଭାପତି ବିଏମଏସ ପୃଥିରାଜ ପଣ୍ଡା , ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ,ସୁମିତା ମହାପାତ୍ର, ଶ୍ରୀନିବାସ ରାଓ, ଡାକ୍ତର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଶ୍ରମିକ ସମସ୍ୟା ଉପରେ ଦୃଷ୍ଟିପାତ କରିଥିଲେ ।
18-12-203
ବିଏମଏସର ୨୮ତମ ବାର୍ଷିକ ଅଧିବେଶନ ସମାପ୍ତ
ରାଉରକେଲା, ୧୭ ।୧୨ : ଭାରତୀୟ ମଜଦୂର ସଙ୍ଘ ସୁନ୍ଦରଗଡ଼ ଜିଲ୍ଲା ଶାଖାର ୨୮ତମ ବାର୍ଷିକ ଅଧିବେଶନ ରାଉରକେଲା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅଧକ୍ଷ ଆମର କୁମାର ଜୟଶ୍ୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଧିବେସନରେ କେନ୍ଦ୍ରୀୟ ସମ୍ପାଦିକା ସୁଶ୍ରୀ ଅଞ୍ଜଳୀ ପଟେକ ମୁଖ୍ୟ ଅତିଥିଭାବେ ଏବଂ ରାଜ୍ୟ ସମ୍ପାଦକ ହିମାଂଶୁ ଶେଖର ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍ଘଠନର କାର୍ଯ୍ୟକୁ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲା ସମ୍ପାଦକ ସଞ୍ଜୟ ଶତପଥି ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷଧକ୍ଷ ଅମର କୁମାର ଭୂୟାଁ ଆର୍ଥିକ ଆୟ ବ୍ୟୟର ବିବରଣୀ ପାଠ କରିଥିଲେ । ଶେଷରେ ଆଗାମୀ ବର୍ଷ ପାଇଁ ନୂତନ କାର୍ଯ୍ୟକର୍ତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା ୟ ର୍ନିବାଚନ ଅଧିକାରୀ ଭାବେ ଦାୟୀତ୍ୱ ତୁଲାଉଥିବା ଶ୍ରୀ ରାଜେନ୍ଦ୍ର ମହାନ୍ତ ଆଗାମୀ ବର୍ଷ ପାଇଁ ଅଧକ୍ଷ ଭାବେ ଆମର କୁମାର ଜସ୍ସ୍ୱାଲଙ୍କୁ,ଉପାଧକ୍ଷ ଭାବେ- ମନୋଜ କୁମାର ଜୟସ୍୍ୱାଲ,ବିହାୟ କୁମାର ରାୟ, ପୃଥୱୀରାଜ ପାତ୍ର,ସମ୍ପାଦକ ଭାବେ ସଞ୍ଜୟ କୁମାର ଶତପଥି,ସହ ସମ୍ପାଦକ ଭାବେ- ଧନିଆଁ କିସପଟ୍ଟା, ସୁନନ୍ଦା ନାଥ,ସୁରେନ୍ଦ୍ର କଂସାରୀ,ଏବଂ କୋଷଧକ୍ଷ ଭାବେ ଆମର କୁମାର ଭୁୟଙ୍କ ନାମ ଘୋଷଣା କରିଥିଲେ
30-10
25-10-21
6-10-21
ବର୍ଦ୍ଧିତ ମଜୁରି ଦାବିରେ ବିଏମ୍ ଏସ୍ ର ବିକ୍ଷୋଭ
Comments
Post a Comment