ସମ୍ବାଦ
ଭାରତ ବିକାଶ ପରିଷଦ ପକ୍ଷରୁ ‘ବାଲ ସଂସ୍କାର ଶିବିର’
ଅନୁଗୁଳ, ୨୭/୧୨ (ଇମିସ): ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନାତନ ଧର୍ମ ଓ ସଂସ୍କୃତି ପ୍ରତି ଶ୍ରଦ୍ଧା ନିର୍ମାଣ ସହ ସେମାନଙ୍କ ଶାରୀରିକ, ମାନସିକ ଓ ନୈତିକ ବିକାଶ ସକାଶେ ଏକ ତିନିଦିନିଆ ‘ବାଲ୍ ସଂସ୍କାର ଶିବିର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ଅନୁଗୁଳର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତ୍ୟହ ମଙ୍ଗଳାଚରଣ, ପ୍ରାର୍ଥନା, ଧ୍ୟାନ, ଯୋଗାସନ, ପ୍ରାଣାୟମ, ଗୀତାଶ୍ଳୋକ ଆବୃତ୍ତ ଅଭ୍ୟାସ କରାଯିବା ସହିତ ଚିତ୍ରାଙ୍କନ,ଗୀତ, ନାଚ ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ସଭାରେ ପରିଷଦର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଚିନ୍ମୟ ମିସନ୍ର ବରେଣ୍ୟ ସାଧ୍ବୀ ଆତ୍ମିକାନନ୍ଦ ସରସ୍ବତୀ ଯୋଗ ଦେଇ ନଚିକେତା ଉପାଖ୍ୟାନ ମାଧ୍ୟମରେ ପିଲାମାନଙ୍କୁ ନିଜର ଜୀବନର ଲକ୍ଷ୍ୟ ଓ କର୍ତ୍ତବ୍ୟ ପାଳନରରେ ଶ୍ରଦ୍ଧା ଓ ସଚେତନତା ଉପରେ ଆଲୋଚନା କରିଥିଲେ । ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା। ସାଧାରଣ ସଂପାଦକ ବିଜୟ କୁମାର ମୋଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କୃତି ପ୍ରମୁଖ ପ୍ରମୋଦ ନାୟକ ଧନ୍ୟବାଦ ଦେଇଥିଲେ। ପିଲାମାନଙ୍କ ନୈତିକ ଓ ଆଧ୍ୟାତ୍ମିକ ବିକାଶ ଉଦ୍ଦେଶ୍ୟରେ କବି ପ୍ରଭାକର ଦାଶ, ପ୍ରତିମା ତ୍ରିପାଠୀ, ନିରଂଜନ ପତି, ଅରୁଣ ସାହୁ ପ୍ରମୁଖ ରାମାୟଣ ଓ ମହାଭାରତରୁ ବିଭିନ୍ନ ଶିକ୍ଷାମୂଳକ କାହାଣୀ ଉପସ୍ଥାପନ କରିଥିଲେ। ପରିଷଦର ସଦସ୍ୟ, ସଦସ୍ୟାମାନେ ପ୍ରତିଦିନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଜାତୀୟ ସଂଗୀତ ଗାନ ପରେ
ସଭା ସମାପନ ହୋଇଥିଲା ।
ANGUL Edition
Page No.15 December 28, 2024
ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁ ବନ୍ଦନ, ଛାତ୍ର ବନ୍ଦନ କାର୍ଯ୍ୟକ୍ରମ
ଟିଟିଲାଗଡ଼: ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ଗୁରୁ ବନ୍ଦନ, ଛାତ୍ର ବନ୍ଦନ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜୟପ୍ରକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ଆମ ଦେଶର ଋଷି ସଂସ୍କୃତିରେ ଗୁରୁ, ଗୁରୁକୂଳ ଏବଂ ଶିଷ୍ୟ ପରମ୍ପରା ମହାନ। ଏହାକୁ ବଜାୟ ରଖ୍ ଭାଇଚାରା, ଶାନ୍ତିମୈତ୍ରୀ ସହ ଦେଶର ବିକାଶ ଆମର ମୂଳ ଲକ୍ଷ୍ୟ ହେଉ ବୋଲି କହିଥିଲେ। ସଭାରେ ଟିଟିଲାଗଡ଼ ସହକାରୀ ଜିଲାପାଳ ସନ୍ଦୀପ ଚନ୍ଦ୍ରକାର ମୁଖ୍ୟ ବକ୍ତା, ପ୍ରାନ୍ତୀୟ ଉପସଭାପତି ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଦାଶ ସଭା ପରିଚାଳନା କରିଥିଲେ। ରାଜୀବ ଲୋଚନ ପାଢ଼ୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରମୋଦ ପାଳ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ରାଜଶ୍ରୀ ରଣା, ଘନଶ୍ୟାମ ସାହୁ, ରିଦ୍ଧି ଜୈନ, ଆଶୁତୋଷ ଅଗ୍ରୱାଲ, ହୁସେନ ସାହୁ, ସୁମିତ୍ରା ସାହୁ, ନିକିତା ମହାନନ୍ଦ, ସହିଦ ଜାଲ, ସୌରଭ ସୁମନ ରଥ, ହର୍ଷବର୍ଦ୍ଧନ ଜୈନ, ଶିକ୍ଷକ ସରୋଜ ମିଶ୍ର, ସନ୍ତୋଷ ମିଶ୍ର, ଶ୍ରୀମନ୍ତ ନାୟକ, ସୁମିତ୍ରା ଦାଶ, ଜ୍ୟୋସ୍ମାମୟୀ ମିଶ୍ର ପ୍ରମୁଖଙ୍କୁ ପରିଷଦ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷାବିତ ଜଗନ୍ନାଥ ପଣ୍ଡା, ସେବକ ଚରଣ ଦାଶ, ରାଜୀବ ଲୋଚନ ପାଢ଼ୀ, ଉମେଶ ଚନ୍ଦ୍ର ଦାଶ, କିଶୋର ମହାପାତ୍ର, ଗୋବର୍ଦ୍ଧନ ସାହୁ, ଦିଲୀପ ନାୟକ, ବ୍ରହ୍ମାନନ୍ଦ ପୁହାଣ, ନିରୁପମା ଦେଇ, ନିରାକାର ଭୋଇ, ଚିତ୍ତରଞ୍ଜନ ଚାନ୍ଦ, ଇଂ ପ୍ରଦୀପ ପତି, ଆଇନଜୀବୀ ଅଞ୍ଛଳ ପଣ୍ଡା, ଗୀତାଞ୍ଜଳି ଭୋଇ, ପ୍ରଶାନ୍ତ ରୟଗୁରୁ, ରମେଶ ପଡିଆ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ଶ୍ୟାମ ପ୍ରସାଦ ଶର୍ମା, ସଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
28-7-24
12-7-24
ଭାରତ ବିକାଶ ପରିଷଦର ସ୍ଥାପନା ଦିବସ
6-7-24
25-10-21
ଭୁବନେଶ୍ବର-ଭାରତ ବିକାଶ ପରିଷଦର ପୂର୍ବପ୍ରାନ୍ତୀୟ ବୈଠକ ଓ କର୍ମଶାଳା
ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦ୍ଘାଟନ
ପୁରୀ- ସମୃଦ୍ଧ, ପ୍ରଗତିଶୀଳ ଭାରତ ବର୍ଷ ଗଠନ ପାଇଁ ସେବା, ସମନ୍ୱୟ ଓ ସମର୍ପଣ ଦରକାର । ବିକଶିତ ଭାରତ ପରିକଳ୍ପନା ଦିଗରେ ସମସ୍ତଙ୍କ ସହଭାଗିତା ଜରୁରୀ । ବିବିଧତା ଭରା ଭାରତବର୍ଷର ଏକତା, ସଂହତି ହେଉଛି ଏହାର ପରିଚୟ । ଭାରତ ଆଗାମୀ ୨୦୪୭ ସ୍ୱାଧିନତାର ଶତାବ୍ଦି ବର୍ଷରେ ପଦାର୍ପଣ କରିବେ । ନିଜ ମାଟି, ଗାଁ, ସହର, ପ୍ରଦେଶକୁ ବିକଶିତ କରିବାକୁ ହେବ । ବିଶ୍ୱବନ୍ଦନୀୟ ତଥା ବିକଶିତ ରାଷ୍ଟ୍ର ନିର୍ମାଣରେ ସମସ୍ତଙ୍କ ଆବଶ୍ୟକତା ରହିଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା କହିଛନ୍ତି । ପୁରୀ ବଡଶଙ୍ଖ ସ୍ଥିତ ତ୍ରିମୃତି ହାଇଟସ୍ ହୋଟୋଲ ସମ୍ମିଳନୀ କକ୍ଷରେ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦଘାଟନ ହୋଇଯାଇଛି । ପୂର୍ବ ପ୍ରାନ୍ତ ରାଜ୍ୟ ସଭାପତି ଶିକ୍ଷାବିତ ସତ୍ୟବାଦୀ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କୁଳପତି ହୋତା କହିଲେ ଯେ, ସେବା ପାଇଁ ସଂକଳ୍ପ ନେବାର ସମୟ ଆସିଛି । ନିଜ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ରର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପରିଷଦର ପୂର୍ବକ୍ଷେତ୍ର ମହାସଚିବ ପୂର୍ଣଚନ୍ଦ୍ର ଝୁଟିଆ ଯୋଗଦେଇ କହିଲେ, ଲୋକଙ୍କ ନିକଟରେ ସେବାମୂଳକ କାର୍ଯ୍ୟ ପହଂଚାଇବା ଲକ୍ଷ୍ୟ ନେଇ ଅଧିକରୁ ଅଧିକ ଶାଖା ଖୋଲାଯିବାର ଉଦ୍ଦେଶ୍ୟ ରହିଛି । ସଂଗଠନ ସଚିବ ସୌମେନ୍ଦ୍ର ଦାସ କହିଲେ, ଭାରତ ବିକାଶ ପରିଷଦ ସମାଜରେ ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣ ଭାବରେ କାର୍ଯ୍ୟ କରୁଛି । ୧୬ଟି ଜିଲାକୁ ନେଇ ଓଡ଼ିଶା ପୂର୍ବପ୍ରାନ୍ତ ଗଠିତ ହୋଇଛି । ଏହା ସମର୍ପିତ ଭାବରେ ରାଷ୍ଟ୍ରର ଜନକଲ୍ୟାଣ ଦିଗରେ ଅନବରତ କାର୍ଯ୍ୟ ଜାରି ରଖିଛି । ଏହି ଅବସରରେ ନୂତନ ଶାଖା କର୍ମକର୍ତାଙ୍କୁ ପ୍ରାନ୍ତୀୟ ଅଧ୍ୟକ୍ଷ ଶପଥପାଠ କରାଇଥିଲେ । ଶ୍ରୀକ୍ଷେତ୍ର ଶାଖାର ଅଧ୍ୟକ୍ଷ ଭାବେ ଡ. କମଳେଶ ପ୍ରଧାନ, ବିଶ୍ୱଶାନ୍ତି ତ୍ରିପାଠୀ ସମ୍ପାଦକ ଏବଂ ସୌରଭ ଦାସ ଅର୍ଥ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ବରୁଣେଇ ଶାଖାର ସଭାପତି ପ୍ରାଧାପକ ଅଜୟ ମିଶ୍ର, ସଚିବ ଭାବେ ଅଧାପିକା ପ୍ରବୀଣା ପଟ୍ଟନାୟକ ଏବଂ ଅର୍ଥ ସଚିବ ଭାବେ ରୋଜାଲିନ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ମହିଳା ଓ ବାଲ ସଂସ୍କାର ବିଭାଗ କ୍ଷେତ୍ରୀୟ ସଚିବ ସୁପ୍ରିତି ରଥ, ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ସାମାଜିକ କର୍ମୀ ଜୟନ୍ତୀ ମହାପାତ୍ର, ନିମାଇ ଚରଣ ସାହୁ, ସନ୍ତୋଷ ମହାନ୍ତି, ପତିତପାବନ ସାମନ୍ତରାୟ, ତପସ୍ୱିନୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରାମଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment