ଶିକ୍ଷାବିକାଶ ସମିତି-

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା
୫୦ ପ୍ରକଳ୍ପ ପ୍ରଦର୍ଶନ କଲେ କୁନି ବୈଜ୍ଞାନିକ

ବଡ଼ମ୍ବା: ବଡମ୍ବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟା ସନ୍ଧ୍ୟାରାଣୀ ମଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ୫୦ ଜଣ ବିଦ୍ୟାର୍ଥୀ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ଧଳ, ଅକ୍ଷୟ କୁମାର ବଳବନ୍ତରାୟ, ରଣସିଂହ ଦାସ ଓ ଜଗନ୍ନାଥ ଜେନା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ୧୮ ଶେଷ୍ଠ ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ମନୋନିତ କରିଥିଲେ। ବିଜ୍ଞାନ ମେଳାରେ ଅରୁଣ କକ୍ଷରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଭାଗ ନେଇଥିଲେ । ଶିଶୁ ବିଦ୍ୟାମନ୍ଦିର ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଚାଳନା କମିଟି ସମ୍ପାଦକ ରଶ୍ମି ରଞ୍ଜନ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦିକା ରୋଜାଲିନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲାସ୍ତରୀୟ ପ୍ରଧାନଆଚାର୍ଯ୍ୟ ପ୍ରଶିକ୍ଷଣ
ଯାଜପୁରସଦର : କବୀରପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ବାରା ଆୟୋଜିତ ଜିଲାସ୍ତରୀୟ ପ୍ରଧାନଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ ହୋଇଥିଲା । ପରିଚାଳନା କମିଟି ସଭାପତି ରବୀନ୍ଦ୍ର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତ୍କଳ ଭାରତୀୟ କବାଡ଼ି ସଂଘର ସଂଯୋଜକ ବିଭୂତି ଭୂଷଣ ଦାଶ, ଉତ୍ତରପୂର୍ବ ସମ୍ଭାଗର ସଂଯୋଜକ ତୁଷାର ରଞ୍ଜନ ଦାସ, ପ୍ରାନ୍ତ ପରୀକ୍ଷା ସଂଯୋଜକ ରୁଦ୍ରନାରାୟଣ ବେହେରା, ଜିଲା ପ୍ରମୁଖ ଅଶୋକ କୁମାର ସାହୁ ଜୀବରପୁର ସଂକୁଳ ସଂଯୋଜକ ବିଜୟ କୁମାର ସାହୁ, ଜିତୁରାମ ମହାନ୍ତି, ସମ୍ପାଦକ ଗୋପା ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ବଟକୃଷ୍ଣ ସାହୁ, ଜନାର୍ଦ୍ଦନ ସାହୁ ପ୍ରମୁଖ ଯୋଗ ଦେଇଥ‌ିବା ବେଳେ ପ୍ରଧାନଆଚାର୍ଯ୍ୟ ପ୍ରଦୀପ୍ତ ବିଶ୍ବାଳ ଅତିଥ୍ୟ ପରିଚୟ ପ୍ରଦାନ କରିଥିଲେ । ଉଦ୍‌ପାନୀ ସଭାରେ ଜିଲା ପ୍ରମୁଖ ଅଜୟ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଆଚାର୍ଯ୍ୟ ଓ ଆଚାର୍ଯ୍ୟ ସହଯୋଗ କରିଥିଲେ।

29-7-24

ଶିକ୍ଷାବିକାଶ ସମିତିର ପ୍ରାଦେଶିକ କ୍ରୀଡା ଉଦ୍ ଘାଟିତ

28-7-24

27-7-24

8- सरस्वती शिशु बिद्यामन्दिर में कारगिल दिवस
https://www.facebook.com/viswasambadkendraodisha/posts/pfbid02qwYpVpGcHbB74FiHpXxi11bQLs2NMvE3FzRZo7P9Xh6fvhEvQgrDhCywuCtGS4aFl

9- तुलसीपुर सरस्वती शिशु बिद्यामन्दिर,कटक में बाल महोत्सव

https://www.facebook.com/viswasambadkendraodisha/posts/pfbid024VmFwfP5vdDzA82tWU5bL23R8Lnm5Gn2FbHdBL8vAWyHmkK5WQJA5vZPUqFQfUNrl



13-7
ସଂଗଠନ
ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ବଲାଙ୍ଗୀର ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ
6-7-24
ଶିକ୍ଷା ବିକାଶ ସମିତିର ସ୍ୱତନ୍ତ୍ର କବାଡି ଓ ଖୋ ଖୋ ଅଫିସିଆଲ କର୍ମଶାଳା ସମ୍ପନ୍ନ
5-7-24
ଶିଶୁ ବିଦ୍ୟା ମନ୍ଦିରରେ ତମାଖୁ ବର୍ଜନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
4-7-24
ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି,ଓଡ଼ିଶାର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତାମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ଯ ମୂଳକ ସାକ୍ଷାତ

1-7-24
ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ
ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ
ଶିକ୍ଷା ବିକାଶ ସମିତିର ବଲାଙ୍ଗୀର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ/ଆଚାର୍ଯ୍ୟ କର୍ମଶାଳା ଉଦଯାପିତ


22-6-24
ବେଦ ହେଉଛି ମଣିଷ ସମାଜର ସମ୍ବିଧାନ
କଳମଛୁଇଁ ଶିଶୁମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ପାରଳାଖେମୁଣ୍ଡିସ୍ଥିତ ବୃନ୍ଧାବନ ରାଜପ୍ରସାଦ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନୟାଗଡ଼ରେ ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

୨୧ ଜୁନ ୨୦୨୪
ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ

20-7-24

15-6-26


13-6-24
ସାମୂହିକ ଆଚାର୍ଯ୍ୟ କର୍ମଶାଳା

4-6-24

ଶିକ୍ଷାବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ-୨୦୨୪ 


ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଂକୁଳ କ୍ରୀଡା ଉତ୍ସବ

5-1-2023

ଛତ୍ରପୁର : ସ୍ଥାନୀୟ ଅନ୍ ସ୍ଳୋ ମିନି ଷ୍ଟାଡିୟମ ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛତ୍ରପୁର ସଂକୁଳର (ଗୋପାଳପୁର, ଭଞ୍ଜବିହାର, ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର, ରମ୍ଭା) ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ଯୋଗ ଶିକ୍ଷକ ଲିପକ୍ କୁମାର ସାହୁ ଯୋଗଦେଇ ଦୈନନ୍ଦିନ ଜୀବନ ରେ ଶାରୀରିକ ଓ ଯୋଗ ର ଆବଶ୍ୟକତା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଉକ୍ତ କ୍ରୀଡାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଶିଶୁମାନଙ୍କ ଶାରୀରିକ ବିକାଶ ତଥା ଶୃଙ୍ଖଳିତ ଜୀବନ ଯାପନ ପାଇଁ ସରସ୍ୱତୀ ଶିଶୁମନ୍ଦିର ମାନଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ରୂପେ ଅନ୍ ସ୍ଲୋ ସରକରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷିକା ସୁଚିସ୍ମିତା ପାଣିଗ୍ରାହୀ ଯୋଗ ଦେଇ ଶିକ୍ଷା ସହିତ କ୍ରୀଡାରେ ନିଜ ଦକ୍ଷତାର ବିକାଶ ନିମନ୍ତେ ଶିଶୁମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ସଂକୁଳ ପ୍ରମୁଖ ଡ଼ଃ ଜେ କୁର୍ମା ରାଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଭାପତି ଉପେନ୍ଦ୍ର ମହାନ୍ତି,ସମ୍ପାଦକ ପଦ୍ମଚରଣ ସାହୁ, ଉପସଭାପତି ଗୀତା ପାଢି ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍‌ଯ ତଥା ସଂକୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂକୁଳ ଛଅଟି ବିଦ୍ୟାଳୟର ମୋଟ ୨୪୫ ଜଣ ଶିଶୁ ଯୋଗ ଦେଇ ନିଜର ଶାରୀରିକ ଦକ୍ଷତାର ପ୍ରଦର୍ଶନ କରିଥିଲେ । ଶେଷ ରେ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂକୁଳ ଶାରୀରିକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।



ପାରଳା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ

26-12-23

ପାରଳାଖେମୁଣ୍ଡି: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ୩୪ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସର ର ବାତାବରଣ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼. ଶଙ୍କର ପ୍ରସାଦ ବକ୍ସିଙ୍କର ସଭାପତିତ୍ୱରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ( ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ) ସମ୍ମାନିତ ଅତିଥି ଶ୍ରୀ ସୁବାଷ ଚନ୍ଦ୍ର ଜମାଦାର ( ଅବସରପ୍ରାପ୍ତ ସହକାରୀ ମହାନିରୀକ୍ଷକ, ଆରକ୍ଷୀ ବିଭାଗ),ମୁଖ୍ୟ ବକ୍ତା ରୂପେ ଡ. ବୃନ୍ଦାବନ ମିଶ୍ର ଅବସରପ୍ରାପ୍ତ ଅଧ୍ୟାପକ ଇତିହାସ) ପ୍ରମୁଖ ଯୋଗଦେଇ ଥିଲେ । ତତ୍ ସହିତ ବିଦ୍ୟାଳୟର ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ, ସହରର ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ପ୍ରମୁଖ ଉକ୍ତ ଉତ୍ସବରେ ଉପସ୍ଥିତ ରହିଥିଲେ ।ଉକ୍ତ ଉତ୍ସବରେ କ୍ରୀଡା ଜଗତରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଅନେକ କୃତିତ୍ୱ ହାସଲ କରିଥିବା ବରିଷ୍ଠ କ୍ରୀଡାବିତ୍ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।୨୦୨୨-୨୩ ଶିକ୍ଷାବର୍ଷର ୧୦ମଶ୍ରେଣୀ ଜିଲ୍ଲା ଟପର୍ ଛାତ୍ରଦ୍ୱୟ ଶ୍ରୀ ନବୀନ ମହାଙ୍କୁଡ ଓ ଶ୍ରୀମାନ ତନ୍ମୟ ପଟ୍ଟନାୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପରିଚାଳନା କମିଟିର ସହ-ସମ୍ପାଦକ ଶ୍ରୀ ଜନ୍ମେଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀଙ୍କ ନିର୍ଦେଶନାରେ ଓ ଅନ୍ୟାନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।


ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ କେନ୍ଦୁଝର, : ସ୍ଥାନୀୟ ଜେଲ୍‌ରୋଡସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପରିଚାଳନା ସମିତିର ସଭାପତି ସୁନିଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରଫେସର ହରେକୃଷ୍ଣ ଶତପଥୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସାହିତ୍ୟ ବିଭାଗର ପ୍ରଫେସର ତଥା କାର୍ଯ୍ୟନିର୍ବାହୀ କୁଳପତି ଯୋଗଦେଇ ଗୁରୁଜୀଗୁରୁମା ଶିଶୁଙ୍କ ପୂର୍ଣ୍ଣାଙ୍ଗ ଜୀବନ ଗଢିବାରେ ସହାୟକ ହୋଇଥାନ୍ତି ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବେ ଆମ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା କୁନି ପ୍ରବଚକ କେଶବ ଦ୍ୱିତୀକୃଷ୍ଣ ଦାସ ଯୋଗଦେଇ ଯୋଗ ଦେଇ ବର୍ତ୍ତମାନ ସମୟରେ ସମାଜରେ କେବଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାରା ଶିଶୁର ସମଗ୍ର ବିକାଶ ହୋଇପାରିବ ବୋଲି ଆଲୋକପାତ କରିଥିଲେ । ଶିକ୍ଷାବିତ୍ ରଙ୍ଗାଧର ବେହେରାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ବିଦ୍ୟାଳୟର ସ୍ୱାବଲମ୍ବୀ ପୁରାତନ ଛାତ୍ରଛାତ୍ରୀ, ଗତ ହାଇସ୍କୁଲ ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରଛାତ୍ରୀ, ବିଦ୍ୟାଳୟର ବିଭିନ୍ନ ଦିଗରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା ô । ପରିଚାଳନା ସମିତିର ଉପସଭାପତି ପ୍ରିୟବ୍ରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା କାର୍ଯ୍ୟରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ମୁଖ୍ୟପତ୍ର ପ୍ରଜ୍ଞାଭାରତୀ ଉନ୍ମୋଚନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧ କରୁଥିଲା । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ ଏହି ବାର୍ଷିକ ଉତ୍ସବକୁ ସଫଳ କରିବାରେ ପ୍ରୟାସ କରିଥିଲେ ।



କେଶବଧାମ ସରସ୍ୱତୀ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ ଉତ୍ସବ

25-12-2023

କଟକ.୨୩/୧୨ ଆବାସିକ ବିଦ୍ୟାଳୟ ସରସ୍ୱତୀ ବିଦ୍ୟାମନ୍ଦିର, କେଶବଧାମ, ଗତିରାଉତପାଟଣାର ୩୬ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସଭାପତି ଡଃ ହେମେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ କ୍ଷେତ୍ରରେ କୃତିô ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ ଅତିଥି ଓ ଅଧିକାରୀ ମାନେ ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନତା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେୟ ବିଦ୍ୟା ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍‌ତ ସନ୍ତୋଷ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେୟ ମୁଖ୍ୟ ଅତିଥି ପୂଜ୍ୟ ପରମହଂସ ସ୍ୱାମୀ ପ୍ରଜ୍ଞାନନ୍ଦ ମହାରାଜ ଭାରତୀୟ ଶିକ୍ଷାରେ ସଂସ୍କୃତିର ପ୍ରଭାବ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍‌ତା ଶ୍ରୀଯୁକ୍‌ତ ରବି ନାରାୟଣ ପଣ୍ଡା ( ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ) ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷା ସୁଶ୍ରୀ ଇନ୍ଦୁମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱ୍‌ାରା ମନୋଜ୍ଞ ରଙ୍ଗମ୍‌ଞ୍ଚ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଉପଭୋଗ୍ୟ ହୋଇଥିଲା । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା, ପରିଚାଳନା ସମିତି, ମାତୃଭାରତୀ, ବିଦ୍‌ତ ପରିଷଦ, ଅଭିଭାବକ, ଅଭିଭାବିକା ଓ ଶିଶୁଙ୍କ ସହଯୋଗରେ ଏହା ସଫଳ ଭାବେ ସମ୍ପାଦିତ ହୋଇଥିଲା ।


ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ 

ନୀଳଗିରି, ୨୪/ ୧୨  -ନୀଳଗିରି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୧ ତମ ବାର୍ଷିକ ଉତ୍ସବ ୨୦୨୩-୨୪, ଏକ ମନୋଜ୍ଞ ପରିବେଶ ଭିତରେ ଉଦଯାପିତ ହୋଇଯାଇଛି । ଅପରାହ୍ନ ୩ ଘଟିକା ସମୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍‌ର ଜିଲ୍ଲା ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ବିଦ୍ୟାଦାତ୍ରୀ ମା ସରସ୍ୱତୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି, ଆନୁଷ୍ଠାନିକ ଭାବେ ଉତ୍ସବ କୁ ଉଦ୍ଘାଟନ କରିଥିଲେ । ପ୍ରଥମେ ବେଦ ମନ୍ତ୍ର ଉଚ୍ଚାରଣ କରି , ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍‌୍ୱାଗତ କରି ଥିଲେୟ ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପୂର୍ବତନ ଶିକ୍ଷକ ତଥା ବିଦ୍ୟାଳୟ ର ସଭାପତି ଦୈତାରୀ ବାରିକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ବିଦ୍ୟାଳୟ କମିଟି ର କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ମଞ୍ଚାସିନ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍‌ତା ଭାବେ ସ୍ୱଦେଶୀ ଜାଗରଣର ପ୍ରାନ୍ତ ସହ ସଂଯୋଜକ ର୍ନିମଳ କୁମାର ଷଡ଼ଙ୍ଗୀ , ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ପାଦକ ନରୋତ୍ତମ ସିଂ ନିଜ ନିଜର ସାର ଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେୟ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ , ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସ୍‌ଚେତା ରାଉଳ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ବୃନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଉତ୍ତରୀୟ ଓ ସମ୍ବର୍ଦ୍ଧନା ପ୍ରଶସ୍ତି ଦେଇ, ସାମ୍ବାଦିକ, ପୂର୍ବତନ ଛାତ୍ର ଛାତ୍ରୀ,ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରିଥିଲେ । ବିଦ୍ୟାମନ୍ଦିର ପକ୍ଷରୁ ବିଭିତ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନିମନ୍ତ୍ରିତ ସାମ୍ବାଦିକ ଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ବାରିକ, ଅଶେଷ ଅଶେଷ କୁମାର ସ, ବ୍ରଜକିଶୋର ପାଣି, ପୁରୁଷୋତ୍ତମ ଦାସ, ଉମାକାନ୍ତ ରାଉତ,ଜଗତ୍ତାଥ ଦାସ, ପାର୍ଥସାରଥି ଦାସ ବାବୁ, ଜଗତ୍ତାଥ ପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଗୁରୁଜୀ ନରୋତ୍ତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା ମାନଙ୍କ ମଧ୍ୟରେ , ମହେନ୍ଦ୍ର ବାରିକ, ରବୀନ୍ଦ୍ର ବାରିକ, ସମର୍ପିତା କାନୁନଗୋ, ପଦ୍ମାବତୀ ରାଉତ, ଦିପ୍ତୀରେଖା ପରିଡା, ବୈଜୟନ୍ତୀ ବେହେରା, ମମତା ବିଶ୍ୱାଳ,ଶିକ୍ଷକ କର୍ମଚାରୀ ଙ୍କ ମଧ୍ୟରେ ପ୍ରିୟଙ୍କା ବାରିକ ପ୍ରମୁଖ ବାର୍ଷିକ ଉତ୍ସବ କୁ ପରିଚାଳନା ରେ ସହଯୋଗ କରିଥିଲେ




24-12-23

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦରର ବାର୍ଷିକ କ୍ରୀଡା ଉତ୍ସବ

 ଜଗତସିଂହପୁର : ଜଗତସିଂହପୁର ଆଳିପିଙ୍ଗଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆଳିପିଙ୍ଗଳ ପଞ୍ଚାୟତ ସରପଞ୍ଚ ସରୋଜିନୀ ପଳାଉରୀ, ମୁଖ୍ୟବକ୍ତା ଅଭିମନ୍ୟୁ ସାମଲ, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସରୋଜ କୁମାର ନାୟକ, ତପନ କୁମାର ରାଉତରାୟ, ସୂର୍ଯ୍ୟଭାନୁ ପାତ୍ର, ହରିହର ପଳାଉରୀ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାମନ୍ଦିର ପରିଚାଳନା କମିଟି ସମ୍ପାଦକ ଭୁବନାନନ୍ଦ ମହାରଣା ବିଦ୍ୟାମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲା ବେଳେ ପ୍ରଧାନ ଗୁରୁମା ବନିତା ମହାରଣା ଅତିଥି ପରିଚାଳନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ଶେଷରେ ବିଦ୍ୟାମନ୍ଦିର ସପ୍ତମ ବାର୍ଷିକ କ୍ରୀଡାରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କୋଷାଧକ୍ଷ ଦିଲ୍ଲୀପ କୁମାର ପଳାଉରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।



23-12-2023

ଜାତୀୟ ଗଣିତ ଦିବସ ପାଳିତ

 କୋରେଇ : କୋରାଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଲିଙ୍ଗେଶ୍ୱର ସରସ୍ୱତୀ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ପାଳିତ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ୨୫୦ ଜଣ ଶିଶୁ ଗାଣିତିକ ଚିତ୍ର ପ୍ରଦର୍ଶନୀ, ଗାଣିତିକ କ୍ୱିଜ ଓ ପଣକିଆ କ୍ୱିଜରେ ଭାଗ ନେଇଥିଲେ । ସେଥିରୁ ୯୦ଜଣ କୃତିତ୍ୱ ଅର୍ଜ୍ଜନ କରିଥିଲେ । ସେମାନଙ୍କ ପାଇ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥିଭାବେ ଟ୍ରେଟାହେଡ୍ରନ +୨ କଲେଜ, କଟକର ଚେୟାରମ୍ୟାନ ତ୍ରିବେଦ ବେହେରା, ସମ୍ମାନୀତ ଅତିଥିଭାବେ ସଙ୍କୁଳ ପ୍ରମୁଖ ଅଶୋକ କୁମାର ଶତପଥି ଓ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଗୋଲକ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରୀପାଠୀ ଅତିଥି ପରିଚୟ ଓ ଗଣିତ ପ୍ରମୁଖ ନକୁଳ ଗୁରୁଜୀ ବୃତ କଥନ ପ୍ରଦାନ କରିଥିଲେ । ସମୁଦାୟ କାର୍ଯ୍ୟକ୍ରମକୁ ଭାସ୍କର ଗୁରୁଜୀ, ଅଳକା ଗୁରୁମା, ମାଧବୀ ଗୁରୁମା, ଅଜାରାଜିତା ଗୁରୁମା, ଜ୍ୟୋତି ଗୁରୁମା, ପଦ୍ମଲୋଚନ ଗୁରୁଜି, ଦେବବ୍ରତ ଗୁରୁଜୀ ତଥା ଅନ୍ୟାନ ଗୁରୁଜୀ/ଗୁରୁମା ପରିଚାଳନା କରି କୃତି ବିଦ୍ୟାର୍ଥିଙ୍କୁ ଚୟନ କରିଥିଲେ । ବିଦ୍ୟାଳୟକୁ ଏକ ଧ୍ୱନୀ ଯନ୍ତ୍ର ଟେଟ୍ରାହେଡନ କଲେଜ ପକ୍ଷରୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ 

ଶ୍ରୀରାମନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ 

ମାଲକାନଗିର, ୨୧/୧୨ : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଶ୍ରୀରାମନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପଞ୍ଚବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇଥିବାବେଳେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା, ମାଲକାନଗିରି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଆଦିତ୍ୟ ମାଢ଼ି ବିଶିଷ୍ଟ ଅତିଥି, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ନିମାଇଁ ପାଲ, ସି.ଆର.ସି.ସି ବିନୋଦ ବିହାରୀ ଦାଶ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ସଭାପତି ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ମହାରଣାଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପରିଚାଳନା କମିଟିର ସମ୍ପାଦକ ରମେଶଚନ୍ଦ୍ର ରାଉତ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ସୁଧାଂଶୁ ଶେଖର ସାମଲ ସହ ସମ୍ପାଦକ ସୋମନାଥ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପାରମ୍ପରିକ ରୀତିରେ ବିଦ୍ୟାଦାତ୍ରୀ ମା ସରସ୍ୱତୀ ଓ ଭାରତମାତାଙ୍କ ଚୈଳଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଗୁରୁ ବନ୍ଦନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ ବିଦ୍ୟାଳୟ ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ବିଦ୍ୟାଳୟର ଅଭାବ ଅସୁବିଧାର ନିରାକରଣ ନିମନ୍ତେ ମଞ୍ଚାସୀନ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟଅତିଥି ସରସ୍ୱତୀ ଶିଶୁ ମନ୍ଦିରଗୁଡ଼ିକ କିଭଳି ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକଠାରୁ ଭିନ୍ନ ଓ ସ୍ୱତନ୍ତ୍ର ସେ ବିଷୟରେ ନିଜର ଅନୁଭୂତିକୁ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନେ ସାହସ, ଧୈର୍ଯ୍ୟ ଓ ଆନ୍ତରିକତାର ସହ ପାଠପଢାରେ ମନୋନିବେଶ କରିବାପାଇଁ ପରାମର୍ଶ ଦେଇଥିଲେ । ଅନ୍ୟଅତିଥିବୃନ୍ଦ ଶିଶୁ ଭାଇଭଉଣୀଙ୍କୁ ପାଠପଢ଼ା ସହ କ୍ରୀଡା, ସଙ୍ଗୀତ, ନୃତ୍ୟ ଓ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡା ଉତ୍ସବରେ ଚମ୍ପିୟାନ ହୋଇଥିବା ଖେଳାଳୀ ୨୦୧୮- ୧୯ ଶିକ୍ଷାବର୍ଷ ଠାରୁ ୨୦୨୨-୨୩ ଶିକ୍ଷା ବର୍ଷରେ ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ୩୨ ଜଣ ଶିଶୁ ଭାଇ ଭଉଣୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ହାଇସ୍କୁଲ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କାର ଚେକ୍ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ କରାଯିବା ପରେ ବିଦ୍ୟାଳୟର ପ୍ରାରମ୍ଭ, ବୋଧ ଶିଶୁ ଭାଇ ଭଉଣୀଙ୍କଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଶିଶୁ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ଓ ନିମନ୍ତ୍ରିତ ଅତିଥିଗଣ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଗଣ ସଫଳତାର ସହ ସମ୍ପନ୍ନ କରିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ପରିଶେଷରେ ମଞ୍ଚାସୀନ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା । 



ତାଳଚେର ଶିଶୁମନ୍ଦିରର ବାର୍ଷିକ ଖେଳକୁଦ ସମାରୋହ ଉଦ୍‌ଯାପିତ 

ତାଳଚେର, ୨୧/୧୨: ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବ୍ରାହ୍ମଣୀ ବିହାରର ୩୦ତମ ବାର୍ଷିକ ଖେଳକୁଦ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ଉଦ୍‌ଯାପନୀ ସମାରୋହରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଓ ପରିଚାଳନା ସମିତିର ସଭାପତି ବିପିନ ସାହୁ, କୋଷାଧ୍ୟକ୍ଷ ରତ୍ନାକର ବେହେରା ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଦୁଇ ଦିନ ବ୍ୟାପୀ ଏହି ଖେଳକୁଦ ପ୍ରତିଯୋଗିତାରେ ୮୭୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ଦୌଡ ପ୍ରତିଯୋଗିତା, ଉଚ୍ଚ ହିଆଁ, ଲମ୍ବ ଡିଆଁ, ଗୋଲ ଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସହ ପ୍ରଧାନଆଚାର୍ଯ୍ୟ ଦୁଃଖବନ୍ଧୁ ପ୍ରଧାନ ଓ ଶାରିରୀକ ପ୍ରମୁଖ ଶ୍ରୀନିବାସ ଭୁକ୍ତାଙ୍କ ମାର୍ଗଦର୍ଶନରେ ଏହି ସମାରୋହ ପାଳିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା, ବାହନ ଚାଳକ ଓ ଶୁଭେଚ୍ଛୁମାନଙ୍କ ସହଯୋଗରେ ଖେଳକୁଦ ସମାରୋହ ଶେଷ ହୋଇଥିଲା ।




କେଶବଧାମ ସରସ୍ୱତୀ ବିଦ୍ୟାମନ୍ଦିରର ୩୬ ତମ କ୍ରୀଡା ସମାରୋହ


କଟକ ୧୬/୧୨ : ସ୍ଥାନୀୟ ଗତିରାଉତପାଟଣା ଗ୍ରାମ ପାଖ ମହାନଦୀକୂଳରେ ଗଢି ଉଠିଥିବା ଆଦର୍ଶ ଆବାସିକ ବିଦ୍ୟାଳୟ ସରସ୍ୱତୀ ବିଦ୍ୟାମନ୍ଦିର, କେଶବ ଧାମ ର ୩୬ ତମ ବାର୍ଷିକ କ୍ରୀଡା ଯଥାରୀତି ସମ୍ପନ୍ନ ହୋଇଛି । ଗତ ୧୩ ତାରିଖରେ ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଥିବା ଏହି କ୍ରୀଡା ଗତ ୩ ଦିନ ଧରି ଚାଲିବା ପରେ ଗତକାଲି ୧୫ ତାରିଖ ଅପରାହ୍ନରେ ଯଥାରୀରି ସମ୍ପନ୍ନ ହୋଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡଃ ହେମେନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡା ଉତ୍ସବର ସମାରୋପ କାର୍ଯ୍ୟକ୍ରମରେ ସ୍ଥାନୀୟ ସିଆରଆରଆଇ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ କୃପାସିନ୍ଧୁ ବରାଡ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜର ସୀମିତ ସାରଗର୍ଭକ ଭାହଣ ମାଧ୍ୟମରେ କ୍ରୀଡାବିତ, ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ ଓ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତି ସମସ୍ତ ପ୍ରକାର ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ଘୋଷଣା କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିର, ବିଦ୍ୟାମନ୍ଦିର ଓ ଜ୍ଞାନମନ୍ଦିର ସମୂହର ଅଖିଳ ଭାରତୀୟ ସଙ୍ଗଠନ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ରାଷ୍ଟ୍ରୀୟ କବାଡି ଖେଳ ସଂଯୋଜକ ଓ ପ୍ରାନ୍ତୀୟ ସଙ୍ଗଠନ ଶିକ୍ଷା ବିକାଶ ସମିତି, ଓଡିଶାର ଖେଳ ପରିଷଦ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ଦାଶ ଏହି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖେଳାଳି ଭାଇ ଭଉଣୀ ମାନଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ସୁସ୍ଥ ଶରୀର ପାଇଁ ଖେଳ, ଯୋଗ ଓ ପ୍ରାଣାୟାମ ତଥା ବ୍ୟାୟାମ ଯୋଗର ଅନିବାର୍ଯ୍ୟ ଆବଶ୍ୟକତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନପୂର୍ବକ କହିଥିଲେ ଯେ ଜଣେ ଭଲ ଖେଳାଳି ମଧ୍ୟ ଭଲ ପାଠ ପଢିପାରେ । ଖେଳ କଦାପି ପାଠପଢାରେ ବାଧକ ହୁଏ ନାହିଁ । ତେଣୁ ଶରୀରମାଦ୍ୟମ ଖଳୁ ଧର୍ମ ସାଧନମ ଉକ୍ତିର ଯଥାର୍ଥତା ଉଲ୍ଲେଖପୂର୍ବକ ସମସ୍ତେ ଶାରୀରିକ ସୁସ୍ଥତା ପାଇଁ ପ୍ରତିଦିନ କିଛି ନା କିଛି ସମୟ ଖେଳିବା ଓ ବ୍ୟାୟାମ ଆଦି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅତିଥିମାନେ ସଫଳ କ୍ରୀଡାବିତମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା କିଛି ଉଲ୍ଲେଖନୀୟ ଶାରୀରିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି ଡଃ ଦାସ କ୍ରୀଡାବିତମାନଙ୍କ କ୍ରୀଡା ନୈପୁଣ୍ୟର ଭୂୟସୀ ପ୍ରଶଂସା କରିବା ସହ ଆଶିର୍ବଚନ ପ୍ରଦାନ କରିସାରିବା ପରେ କାର୍ଯ୍ୟକ୍ରମ ସମାପ୍ତ ଘୋଷଣା କରାଯାଇଥିଲା । ଏହି କ୍ରୀଡା ରେ ବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ଶ୍ରେଣୀର ଛାତ୍ର ଛାତ୍ରାମାନେ ଭାଗ ନେଇଥିଲେ । ଶେଷରେ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



18-12-2023

ଓଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ

 ଓଡ଼ଗାଁ, ୧୭ ।୧୨: ତିନିଦିନ ଧରି ଚାଲିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଓଡ଼ଗାଁର ରଜତ ଜୟନ୍ତୀ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଅତିଥି ମାନେ ସ୍କୁଲ ନିକଟରେ ପହଞ୍ଚିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଘୋଷ ବାଦ୍ୟ ସହ ସେମାନଙ୍କୁ ପାଛୋଟି ନିଆଯାଇଥିବା ବେଳେ ମୁଖ୍ୟ ଅତିଥି ପ୍ରଥମ ମହଲାର ନୂତନ ଶ୍ରେଣୀଗୃହର ଉଦଘାଟନ କରିଥିଲେ । ଆଜିର ଉଦଯାପନୀ ଦିବସରେ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରଦୀପ ଅମାô ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ବକ୍‌ତା, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନା ସାହୁ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷ କରି ନିତି ନୈତିକତା ଏବଂ ମୁଲ୍ୟବୋଧ ଭିତିକ ଶିକ୍ଷା ଉପରେ ଗୁରୁô ଦେଇଥିବାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସ୍ଥାନୀୟ ଅଞ୍ଚଳ ବାସୀଙ୍କ ବିଶ୍ୱାସକୁ ଜୟ କରିପାରିଛି । ଜଣେ ଉତ୍ତମ ମାନର ଶିକ୍ଷିତ ବ୍ୟକ୍ତି ସୁଯୋଗ ପାଇଲେ ନିଜ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଥିବା ବେଳେ ସୁଯୋଗ ଅଭାବରେ ମଧ୍ୟ ଦୁର୍ନିତୀ ମୁକ୍‌ତିଲାଭ ରହିଥାଏ ୟ ଏଣୁ ଶିକ୍ଷିତ ବ୍ୟକ୍ତି ବିଶେଷଙ୍କ ଶିକ୍ଷା ଯଦି ଉତ୍ତମ ମାନର ହୋଇପାରିବ, ତେବେ ଏକ ସୁସ୍ଥ ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରନ୍ତା ବୋଲି ମୁଖ୍ୟ ବକ୍‌ତା ଡ. ଅରୁଣ କୁମାର ସାହୁ କହିଥିଲେ । କଥା ପ୍ରଶଙ୍ଗରେ ଜଣେ ମହାନ ଗୁରୁଙ୍କ ନିମନ୍ତେ ଛାତ୍ର ଟିଏ ନିଜକୁ ନିଶ୍ଚିନକ୍ନ କରିବାକୁ ପଛାଇ ନଥାଏ । ଛାତ୍ରଙ୍କ ବିଚାରରେ ଗୁରୁଙ୍କୁ ଅନେକ ଛାତ୍ର ମିଳିଯାଇ ପାରନ୍ତି ମାତ୍ର ଛାତ୍ରଙ୍କୁ ଜଣେ ଉତ୍ତମ ଗୁରୁ ମିଳିବା ସହଜ ହୋଇନଥାଏ । ଗୁରୁଙ୍କ ଶ୍ରେଷ୍ôଠବକୁ ପ୍ରତିପାଦିତ କରିବା ପାଇଁ ପ୍ରସଂଗ ଭିତିରେ ମୁଖ୍ୟ ଅତିଥି ଅମାତ ଏହି ପ୍ରେରଣା ପ୍ରଦାନ କରିଥିଲେ ।




ତାଳଚେର ସଙ୍କୁଳର ବନବିହାର କାର୍ଯ୍ୟକ୍ରମ 

ତାଳଚେର : ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ମଧ୍ୟ ସମ୍ଭାଗ ଅନ୍ତର୍ଗତ ତାଳଚେର ସଙ୍କୁଳର ଏକ ବନବିହାର କାର୍ଯ୍ୟକ୍ରମ ସୋଲଡା ଗ୍ରାମ ନିକଟସ୍ଥ ସୁରୁଙ୍ଗୀ ଗୁରୁକୂଳ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍କୁଳ ପ୍ରମୁଖ ପ୍ରମୋଦ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ମଧ୍ୟସମ୍ଭାଗର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ,ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ ଓ ଅନୁଗୋଳ ବିଭାଗ ନିରୀକ୍ଷକ ବିରଂଚି ନାରାୟଣ ମହାପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସଙ୍କୁଳ ଅନ୍ତର୍ଗତ ସାତୋଟି ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା ଓ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଙ୍କୁଳ ସଂଯୋଜକ ହେମନ୍ତ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକୃତି ଓ ପରିବେଶ ସହ ଯୋଡିବାରେ ବନବିହାର ଏକ ପ୍ରମୁଖ ମାଧ୍ୟମ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ବର୍ଣ୍ଣନା କରିଥିଲେ । ଏହାପରେ ବିଭିନ୍ନ ବିଦ୍ୟାଳୟର ଗୁରୁଜୀ,ଗୁରୁମା ଦେଶାତ୍ମବୋଧକ ସଙ୍ଗୀତ,ନୃତ୍ୟ,ଏକାଙ୍କିକା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଶେଷଭାବରେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମାମାନଙ୍କ ଦ୍ୱାରା ନିଶା ନିବାରଣ ଉପରେ ପର୍ଯ୍ୟବେସିତ କ୍ଷୁଦ୍ର ନାଟକ “ଜାଗୃତି” ଏବଂ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁମନ୍ଦିରର ଗୁରୁମାମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅଭିମନ୍ୟୁ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଗୁରୁଜୀ,ଗୁରୁମା ତଥା ସମସ୍ତ ବିଦ୍ୟାଳୟ ପରିଚାଳନା ସମିତିର କାର୍ଯ୍ୟକର୍ତାମାନେ ସାମୁହିକ ଭୋଜନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବଡଯୋରଡା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ,ଦେଉଳବେଡା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ,ବିକ୍ରମପୁର ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଜ୍ଞାନରଞ୍ଜନ ଦାସଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ




ସଙ୍କୁଳସ୍ତରୀୟ କ୍ରୀଡା ଉଦ୍‌ଯାପିତ

 କୋରେଇ - ସରସ୍ୱତୀ ଶିଶୁ ମନ୍ଦିରର ବ୍ୟାସନଗର ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା କୋରାଇ ବ୍ଲକ ଅନ୍ତର୍ଗତ ଅମୃତିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି । ଏହି କ୍ରୀଡାରେ ସଙ୍କୁଳର ୮ଟି ଶିଶୁ ମନ୍ଦିର ବ୍ୟାସନଗର, ମୂଳାପାଳ, ପାଣିକୋଇଲି, ଶଙ୍ଖଚିଲା, ଅମୃତିଆ, କଲଣ, ଗଡମଧୁପୁର, ମଧୁବନ ଆଦି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୭୦ ଛାତ୍ର/ ଛାତ୍ରୀ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ ।ଏହି କ୍ରୀଡା ପ୍ରତିଯୋଗିତାରେ ମୋଟ ୫୪ ପ୍ରକାର ଖେଳ କରାଯାଇଥିଲା । ଶିଶୁ, ବାଲ, କିଶୋର ତିନୋଟି ବିଭାଗର ଖେଳ କରାଯାଇଥିଲା । ବିଦ୍ୟାଳୟ ସ୍ତରର କ୍ରିଡାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର/ଛାତ୍ରୀମାନେ ଏହି ସଙ୍କୁଳ ସ୍ତରୀୟ କ୍ରିଡାରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । ମା ହିଙ୍ଗୁଳା ମନ୍ଦିରରୁ ଜ୍ୟୋତି ବାହାରି ଗ୍ରାମ ପରିକ୍ରମା କରି ଖେଳ ପଡିଆରେ ପହଂଚିଥିଲା । ଏହି ସଙ୍କୁଳ କ୍ରିଡାକୁ ଯାଜପୁର ଜିଲ୍ଲା ଆଥେଲେଟିକ ଆସୁସିଏସନର ସଭାପତି ରସାନନ୍ଦ ମହାନ୍ତି ଉଦ୍ଘାଟନ କରିଥିଲେ । କ୍ରୀଡାକୁ ୧୫ ଜଣ ଶାରୀରିକ କ୍ରିଡା ଶିକ୍ଷକ ପରିଚାଳନା କରିଥିଲେ । ଅପରାହ୍ନରେ ଏହି କ୍ରିଡା ପ୍ରତିଯୋଗୀତାର ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅମୃଥିଆ ଶିଶୁ ମନ୍ଦିରର ସଭାପତି ନଟବର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘର ସଭାପତି ସୁବାସ ଧଳ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ ଅଶୋକ କୁମାର ସାହୁ ସମ୍ମାନୀତ ଅତିଥିଭାବେ ସଙ୍କୁଳ ପ୍ରମୁଖ ଅଶୋକ କୁମାର ଶତପଥି ପ୍ରମୁଖ ଯୋଗଦେଇ କ୍ରୀଡାର ଆବଶ୍ୟକତା, ପରିବେଶ ଓ ଶରୀର ପାଇଁ କ୍ରୀଡାର ଉପାଦେୟ ସର୍ମ୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ୟାସନଗର ସଙ୍କୁଳ ପ୍ରମୁଖ ଅଭିମନ୍ୟୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅରୁଣ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୂଳାପାଳ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରିପାଠୀ,ପାଣିକୋଇଲିର ପ୍ରମୋଦ କୁମାର ପଣ୍ଡା, ଶଙ୍ଖଚିଲାର ପ୍ରଦୀପ୍ତ ବିଶ୍ୱାଳ, କଲଣର ହେମନ୍ତ ଜେନା, ଗଡମଧୁପୁରର ସୁବ୍ରତ ମହାପାତ୍ର, ମଧୁବନର ଅମରେନ୍ଦ୍ର ସାହୁ, ସଙ୍କୁଳ କ୍ରୀଡା ପ୍ରମୁଖ ନାରାୟଣ ପାଣିଗ୍ରାହି ଓ ସମସ୍ତ ବିଦ୍ୟାଳୟର ଶାରୀରିକ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । କ୍ରୀଡାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ସମସ୍ତ ଛାତ୍ର/ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥିଙ୍କ ଶ୍ରୀ ଧଳଙ୍କ ଦ୍ୱାରା କ୍ରୀଡା ପତାକା ଉତୋଳନ ଓ ଜ୍ୟୋତିରୁ ଅଗ୍ନି ସଂଯୋଗ ବନ୍ଦ ପରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅମୃତିଆ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ମମତା ମଂଜରୀ ସାହୁ, ହରେକୃଣ୍ଣ ପଣ୍ଡା, ବିଦ୍ୟାଳୟର ସମସ୍ତ ଗୁରୁଜୀ /ଗୁରୁମା. ବଜରଙ୍ଗୀ, ଘୋଷବାଦ୍ୟ କାରୀ, ଓ ଗ୍ରାମାବସୀ ସହଯୋଗ କରିଥିଲେ ।



ଛତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉଦ୍‌ଘାଟିତ

12-12-2023

ଛତ୍ରପୁର: ସ୍ଥାନୀୟ ଷ୍ଟାଡିଅମ ପରିସର ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ କ୍ରିଡା ଉଦଘାଟନ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲା ବେଳେ ସମ୍ପାଦକ ପଦ୍ମଚରଣ ସାହୁ ସହଯୋଗ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ପଦ୍ମଚରଣ ସାହୁ ଶିଶୁମାନଙ୍କୁ ଖେଳୁଆଡ ମନୋବୃତ୍ତି ନେଇ ଖେଳିବାକୁ ପ୍ରଥମ ପୃଷ୍ଠାର ଅବଶିଷ୍ଟାଂଶ... ପରାମର୍ଶ ଦେଇଥିଲେ । ବରିଷ୍ଠ କ୍ରୀଡା ଆଚାର୍ଯ୍‌ଯ ତଥା ସମ୍ଭାଗ ଶାରିରୀକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ ଓ ସହ କ୍ରିଡା ଆଚାର୍ଯ୍‌ଯ ସୁକାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସମସ୍ତ ଖେଳକୁ ସୁପରିଚାଳନା କରିଥିଲେ ।ଖେଳଗୁଡ଼ିକ ମଧ୍‌ଯରେ ୧୦୦ମି,୨୦୦ମିଟର, ୪୦୦ମି,୬୦୦ମି,୧୫୦୦ମି,୩୦୦୦ମି,ଉଚ୍ଚ ଡିଆଁ, ଲମ୍ବ ଡିଆଁ,ଗୋଳାଫିଙ୍ଗା,ଥାଳିଆ ଫିଙ୍ଗା, ଓ ବର୍ଛାଫିଙ୍ଗା ଆଦି ଖେଳ ଅନୁଷ୍ଠିତ ହେବ । ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।




ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା 

11-12-23

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ଓ ଶିଶୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥଲେ । ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତମୋହନ ବେହେରା, ସୁନାପୁର କ୍ଲଷ୍ଟର ସିଆର ସିସି ଶ୍ରୀଯୁକ୍ତ ମଞ୍ଜନ କୁମାର ବେହେରା , ଶିକ୍ଷକ ଶ୍ରୀଯୁକ୍ତ ଦେବହରି ବେହେରା, ଶ୍ରୀଯୁକ୍ତ ତ୍ରିନାଥ ବେହେରା ଶ୍ରୀଯୁକ୍ତ ହରି ବେହେରା ,ଖେଳ ଶିକ୍ଷକ ଶ୍ରୀଯୁକ୍ତ କେ ଚନ୍ଦ୍ରେୟା ଯୋଗ ଦେଇ କୁନି କୁନି ଶିଶୁ ଭାଇଭଉଣୀ ମାନଙ୍କର ପ୍ରକଳ୍ପ ଗୁଡ଼ିକ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏଥିରେ ବିଚାରକ ଭାବେ ଶ୍ରୀ କାଶୀ ବିଶ୍ୱନାଥ ବିଦ୍‌ଯାପିଠର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଏମ ତ୍ରିନାଥ ପାତ୍ର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ବେହେରା ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ମାନ ନିରୂପଣ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନ ଗୁରୁଜୀ ପ୍ରକାଶ କରିଥିଲେ ।ଏହି ମେଳାରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ

 କଟକ-ଶିକ୍ଷାବିକାଶ ସମିତତିର ପ୍ରବାସୀ କାର୍ଯ୍ଯକର୍ତ୍ତା ବୈଠକ ସମ୍ମନ୍ନ

http://nitidinepaper.com/ArticlePage/APpage.php?edn=Bhubaneswar&articleid=NITIDIN_BHUB_20211025_5_3&artwidth=283px

24-10-21
ସରସ୍ବତୀ ଶିଶୁ ମନ୍ଦିରରେ ଅଭିଭାବକ ବୈଟକ

ଶିକ୍ଷାବିକାଶ ସମିତିର ବୈଠକ

Comments